14.1 C
Bhubaneswar
Sunday, December 7, 2025
Homeଓଡିଶାରାଜ୍ୟରେ ପଞ୍ଜିକୃତ ହୋଇଛନ୍ତି ୧,୬୪,୧୨୧ ଜଣ କୃଷି ଶମିକ

ରାଜ୍ୟରେ ପଞ୍ଜିକୃତ ହୋଇଛନ୍ତି ୧,୬୪,୧୨୧ ଜଣ କୃଷି ଶମିକ

ଭୁବନେଶ୍ୱର : ଚଳିତବର୍ଷ ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ୪୫.୪୫ ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଥିବାବେଳେ ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧିନରେ ୩,୯୭,୨୬୨ ଜଣ ଅଣସଂଗଠିତ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । ଏଥି ମଧ୍ୟରେ ୧,୬୪,୧୨୧ ଜଣ କୃଷି ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । ଶ୍ରମିକ ପଞ୍ଜିକରଣ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ।

ମନ୍ତ୍ରୀ ଉଲ୍ଲେଖକରିଛନ୍ତି ଯେ ଗତବର୍ଷ ଶେଷ ସୁଦ୍ଧା ରାଜ୍ୟରେ ୯,୮୨,୩୯୦ ସଂଖ୍ୟକ ବ୍ୟକ୍ତିଙ୍କୁ ଇଏସ୍‍ଆଇ ଅର୍ନ୍ତଭୁକ୍ତ କରାଯାଇଛି । ଏହାବ୍ୟତିତ ୨୦୨୪ ବର୍ଷରେ ଓଡିଶାରେ ଏବେ ଅନ୍ୟ ରାଜ୍ୟର ୩୯,୫୨୧ ଜଣ ଶ୍ରମିକ କାମ କରୁଥିବା ମନ୍ତ୍ରୀ ଦର୍ଶାଇଛନ୍ତି । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ଓଡିଶାରୁ ମୁଖ୍ୟତଃ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଓ ଗୁଜୁରାଟ ରାଜ୍ୟମାନଙ୍କୁ ଶ୍ରମିକମାନେ କାମ କରିବାକୁ ଯାଇଥାନ୍ତି । ୨୦୨୪ ବର୍ଷରେ ୧୦୩୭ ଜଣ ଠିକାଦାରଙ୍କୁ ବାହାର ରାଜ୍ୟରେ ୭୦,୧୪୨ ଜଣ ପ୍ରବାସୀ ଶ୍ରମିକଙ୍କୁ ନିୟୋଜନ ନିମେନ୍ତ ଲାଇସେନ୍ସ ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking