26.1 C
Bhubaneswar
Friday, October 25, 2024
Homeଓଡିଶାବାତ୍ୟା ଦାନା ସମୟରେ ଜନ୍ମହେଲେ ୧୬୦୦ ନବଜାତ ଶିଶୁ

ବାତ୍ୟା ଦାନା ସମୟରେ ଜନ୍ମହେଲେ ୧୬୦୦ ନବଜାତ ଶିଶୁ

ବ୍ୟୁରୋ : ବାତ୍ୟା ସମୟରେ ପୁଅ ଜନ୍ମ ହେବାରୁ  ପରିବାର ଲୋକେ ପୁଅର ନାଁ ରଖିଲେ ଦାନା ।  ବର୍ଷା, ପବନ ସମୟରେ ବିଳମ୍ବିତ ରାତିରେ  ଭଦ୍ରକ ଧାମନଗର ବ୍ଲକ କଣ୍ଟିକା  ଗାଁର  ଶୁଭ ମଲ୍ଲିକ  ନାମକ ମହିଳାଙ୍କ ପ୍ରସ୍ତୁତି ଯନ୍ତ୍ରଣା  ହେବାରୁ  ତାଙ୍କୁ ଧୂଷୁରୀ  ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଗୋଟିଏ  ପୁତ୍ର ସନ୍ତାନ ଜନ୍ମ ହୋଇଥିବା  ବେଳେ ପ୍ରସବ  ହେବା ପରେ ଉଭୟ  ମା ଓ ଶିଶୁ ସୁସ୍ଥ ଅଛନ୍ତି । ସନ୍ତାନ ଜନ୍ମକୁନେଇ ପରିବାର ଲୋକେ ବେଶ ଖୁସି ଅଛନ୍ତି ।  ତେବେ ବାତ୍ୟା ଦାନା ତାଣ୍ଡବ ଲୀଳା ରଚୁଥିବା ବେଳେ ପୁତ୍ର ସନ୍ତାନ ଜନ୍ମ ହୋଇଥିବାରୁ  ପରିବାର ଲୋକେ ପୁଅର ନାମ ଦାନା ଦେଇଛନ୍ତି ।  ପୁଅ ବଡ ହେଲେ ବାପା ମାଙ୍କ ମୁହଁରେ ଦାନା ଦେବ ବୋଲି  ସେହି ଆଶାରେ ପିଲାର ନା ଦାନା ରଖିବେ ବୋଲି ପରିବାର ଲୋକେ କହିଛନ୍ତି ।
ବାତ୍ୟା ସମୟରେ ରାଜ୍ୟରେ ଜନ୍ମନେଲେ ୧୬୦୦ ନବଜାତ ଶିଶୁ  । ସମସ୍ତ ନବଜାତକ ଓ ମାମାନେ ସୁସ୍ଥ ଥିବା ଜଣାପଡିଛି । ଏସଆରସିଙ୍କ କାର୍ଯ୍ୟାଳୟରେ  ଗଣମାଧ୍ୟମକୁ ବାତ୍ୟା ମୁକାବିଲା ସମ୍ପର୍କିତ  ସୂଚନା ଦେବା ସମୟରେ ଏଭଳି କିଛି ତଥ୍ୟ ଦେଇଛନ୍ତି  ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ।  ବାତ୍ୟା ପୂର୍ବରୁ ଗର୍ଭବତୀ  ଓ ପ୍ରସୂତୀମାନଙ୍କୁ  ମେଡଜିକାଲକୁ ଅଣାଯାଇଥିବା ବେଳେ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ବିଭାଗପକ୍ଷରୁ  ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବାତ୍ୟା ସମୟରେ ଭଲରେ ପିଲା ଜନ୍ମ ହୋଇଥିବାରୁ  ବେଶ ଖୁସି ଅଛନ୍ତି ପରିବାର ଲୋକେ ।  ଏନେଇ  ସରକାରଙ୍କୁ ବିଭିନ୍ନ ପରିବାର ପକ୍ଷରୁ ଧନ୍ୟବାଦ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking