17.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶ୧୬ ପାକ୍ ପରମାଣୁ ବୈଜ୍ଞାନିକଙ୍କୁ ଅପହରଣ!

୧୬ ପାକ୍ ପରମାଣୁ ବୈଜ୍ଞାନିକଙ୍କୁ ଅପହରଣ!

ଇସଲାମାବାଦ୍‌: ପାକିସ୍ତାନ ଏବଂ ତାଲିବାନ୍ ମଧ୍ୟରେ ଚାଲିଥିବା ଆକ୍ରମଣ-ପ୍ରତ୍ୟାକ୍ରମଣ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ତାଲିବାନ୍‌ର ଏକ ଆତଙ୍କବାଦୀ ସଂଗଠନ ତେହରିକ-ଏ-ତାଲିବାନ୍ ପାକିସ୍ତାନ (ଟିଟିପି), ପାକିସ୍ତାନର ପ୍ରାୟ ୧୬ରୁ ୧୮ ଜଣ ପରମାଣୁ ବୈଜ୍ଞାନିକଙ୍କୁ ଅପହରଣ କରିନେଇଛି। ଏନେଇ ଟିଟିପି ପକ୍ଷରୁ ଏକ ଭିଡିଓ ଜାରି କରାଯିବା ସହ ଏହି ଅପହରଣ ପାଇଁ ନିଜକୁ ଦାୟୀ ମଧ୍ୟ କରାଯାଇଛି। ପାକିସ୍ତାନୀ ସାମ୍ବାଦିକ ଜୱାଦ ୟୁସୁଫଜାଇ ଏକ୍ସରେ ସୂଚନା ଦେବା ପରେ ଏହାକୁ ନେଇ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି। ୟୁସୁଫଜାଇ କହିଛନ୍ତି, ଟିଟିପି ପକ୍ଷରୁ ଅପହରଣ ହୋଇଥିବା ୧୬-୧୮ଜଣ ଯାକ ପାକିସ୍ତାନର ଜଣେ ଜଣେ ପରମାଣୁ ବୈଜ୍ଞାନିକ। ଏମାନେ ସମସ୍ତେ ପାକିସ୍ତାନର ଆଣବିକ ଶକ୍ତି ଆୟୋଗର କର୍ମଚାରୀ। ସେମାନେ ଲକ୍କି ମାରୱାଟର କାବୁଲ ଖେଲ ଆଣବିକ ଖକ୍ତି ଖଣି ପ୍ରକଳ୍ପରେ କାର୍ଯ୍ୟରତ ଥିଲେ। ତେବେ ଆତଙ୍କବାଦୀମାନେ ଏହି ବୈଜ୍ଞାନିକମାନଙ୍କୁ ବନ୍ଧୁକ ମୁନରେ ଅପହରଣ କରିନେଇଥିବା ବେଳେ ଏବଂ ସେମାନେ କାମ କରୁଥିବା କମ୍ପାନୀର ଏକ ଗାଡ଼ିକୁ ମଧ୍ୟ ଜାଳିଦେଇଛନ୍ତି।

ତାଲିବାନ ପାକିସ୍ତାନର ଅପହୃତ ପରମାଣୁ ବୈଜ୍ଞାନିକଙ୍କ ଏକ ଭିଡିଓ ଜାରି କରିଛି। ଭିଡିଓରେ ପାକିସ୍ତାନୀ ଅଧିକାରୀମାନେ ବିଦ୍ରୋହୀଙ୍କ ଦାବିକୁ ଗ୍ରହଣ କରିବା ଏବଂ ନିଜକୁ ରକ୍ଷା କରିବା ପାଇଁ ସରକାରଙ୍କୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବୈଜ୍ଞାନିକଙ୍କ ଏହି ଅବସ୍ଥା ପାକିସ୍ତାନର ବିପର୍ଯ୍ୟସ୍ତ ନିରାପତ୍ତା ଏବଂ ସେନାର ଅସହାୟତାର ଏକ ବଡ଼ ପ୍ରମାଣ ବୋଲି କୁହାଯାଉଛି। ଅନ୍ୟପକ୍ଷେ ଏହି ଘଟଣା ପାକିସ୍ତାନର ଆଣବିକ କାର୍ଯ୍ୟକ୍ରମର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking