24.1 C
Bhubaneswar
Monday, February 2, 2026
Homeଓଡିଶା୧୬ ଲକ୍ଷ ଭୂତ ରାଶନ କାର୍ଡଧାରୀ

୧୬ ଲକ୍ଷ ଭୂତ ରାଶନ କାର୍ଡଧାରୀ

ଭୁବନେଶ୍ୱର : ଆଜି ବିଧାନସଭାର ଅଷ୍ଟମ ଦିନ । ପୁଣି ବିଧାନସଭାରେ ପୂର୍ବ ସରକାରକୁ ଘେରିଲେ ମନ୍ତ୍ରୀ। ରାଜ୍ୟରେ ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାଶନ କାର୍ଡଧାରୀ ଚିହ୍ନଟ ହୋଇଛି। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି। ୬ ଲକ୍ଷ ୧୯ ହଜାର ୮୩୬ ରାଶନ କାର୍ଡ ପାଇଁ ଆବେଦନ କରିଛନ୍ତି। କୌଣସି କାରଣରୁ ରାଶନ କାର୍ଡ କଟିଥିଲେ ପୁଣି ଆବେଦନ କରିପାରିବେ। ସରକାର କେୱାଇସି ଲାଗୁ କରୁଛନ୍ତି, ଯାହା ଦ୍ବାରା ଅଯୋଗ୍ୟଙ୍କ ନାଁ କଟିଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ବିଜେଡି ନେତାଙ୍କ ଜରିଆରେ ଧନୀ ଲୋକ ହାତେଇଛନ୍ତି ରାସନ କାର୍ଡ। ସେ କହିଛନ୍ତି, ବିଭାଗ ଭୂତ ହିତାଧିକାରୀ ଏବଂ ଧନୀ ଲୋକଙ୍କୁ ରାସନ କାର୍ଡରୁ ବାଦ ଦେଉଛନ୍ତି। ଗରିବ ଲୋକଙ୍କୁ ବାଦ ଦିଆଯାଉନି କି ଯିବ ନାହିଁ। ସେହିପରି ଆହୁରି କହିଛନ୍ତି, ବିଜେଡି ସରକାର ସମୟରେ ରାସନ ଡିଲର ସବୁ ଖାଇ ଖୋଳ କରିଦେଇଛନ୍ତି। ନିର୍ବାଚନ ବେଳେ ସେଇମାନେ ବିଜେଡି ପାଇଁ ଟଙ୍କା ବାଣ୍ଟୁ ଥିଲେ। ଯଦି ବର୍ତ୍ତମାନ ସେମିତି କେହି ଦୁର୍ନୀତି କରନ୍ତି ସେମାନଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking