23.1 C
Bhubaneswar
Monday, December 22, 2025
Homeଦେଶ ବିଦେଶପାକିସ୍ତାନରେ ବନ୍ଦ ହେଲା ଭାରତର ୧୬ଟି ୟୁଟ୍ୟୁବ ଚ୍ୟାନେଲ

ପାକିସ୍ତାନରେ ବନ୍ଦ ହେଲା ଭାରତର ୧୬ଟି ୟୁଟ୍ୟୁବ ଚ୍ୟାନେଲ

ନୂଆଦିଲ୍ଲୀ: ବୁଧବାର ମଧ୍ୟରାତ୍ରୀରେ ଭାରତର ଆକ୍ରମଣ ପରେ  ପାକିସ୍ତାନ ମଧ୍ୟ କଡା ପଦକ୍ଷେପ ନେଇଛି ।  ଭାରତର ୧୬ଟି ୟୁଟ୍ୟୁବ ଚ୍ୟାନେଲ ବ୍ୟତୀତ ୩୨ଟି ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇଛି   ପାକିସ୍ତାନ ।  ଆଉ ପାକିସ୍ତାନରେ ଚାଲିବ ନାହିଁ  ଭାରତୀୟ ୟୁଟ୍ୟୁବ ଚ୍ୟାନେଲ ।  ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ  ପାକିସ୍ତାନ  ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୧୬ଟି ଭାରତୀୟ ୟୁଟ୍ୟୁବ୍ ଚ୍ୟାନେଲ୍, ୩୧ଟି ୟୁଟ୍ୟୁବ୍ ଲିଙ୍କ୍ ଏବଂ ୩୨ଟି ୱେବସାଇଟ୍ ବ୍ଲକ୍ କରିବାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପାକିସ୍ତାନରେ ଟେଲିକମ୍ ବ୍ୟବହାରକାରୀଙ୍କ ପାଇଁ ଏକ ନିରାପଦ, ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ ଇଣ୍ଟରନେଟ୍ ପରିବେଶ ବଜାୟ ରଖିବା ପାଇଁ ପିଟିଏ ପ୍ରତିବଦ୍ଧ। ପିଟିଏ ଅନଲାଇନ୍ କଣ୍ଟେଣ୍ଟ ଉପରେ ନଜର ରଖିବା ଏବଂ ଜାତୀୟ ସ୍ୱାର୍ଥକୁ ବିପଦରେ ପକାଇଥିବା ଯେକୌଣସି ବିଷୟବସ୍ତୁ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଗତ ସପ୍ତାହରେ ଭାରତ ମଧ୍ୟ ପାକିସ୍ତାନର କେତେକ ଏକ୍ସ ହାଣ୍ଡଲ, ୟୁଟ୍ୟୁବ ଚ୍ୟାନେଲ ଓ ଓ୍ବେବସାଇଟକୁ ନିଷିଦ୍ଧ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking