32.1 C
Bhubaneswar
Friday, March 6, 2026
Homeଦେଶ ବିଦେଶବ୍ୟାନ ହେଲା ୧୫୬ ଔଷଧ

ବ୍ୟାନ ହେଲା ୧୫୬ ଔଷଧ

ନୂଆଦିଲ୍ଲୀ : ବ୍ୟାନ ହେଲା ୧୫୬ ଔଷଧ । ବହୁଳ ମାତ୍ରାରେ ବିକ୍ରି ହେଉଥିବା ୧୫୬ଟି ଫିକ୍ସଡ୍ ଡୋଜ୍ କମ୍ୱିନେସନ ଔଷଧକୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର। ଜ୍ୱର, ଥଣ୍ଡା, ଯନ୍ତ୍ରଣା ଓ ଆଲର୍ଜି ପାଇଁ ଏହି ଔଷଧ ଗୁଡିକ ସାଧାରଣତଃ ବ୍ୟବହାର କରାଯାଇଥାଏ। ଏହା ମଧ୍ୟରେ ଅନେକ ଆଣ୍ଟିବାୟୋଟିକ, ପେନକିଲର ଓ ମଲ୍ଟିଭିଟାମିନ ରହିଛି। ମଣିଷ ଶରୀର ଉପରେ ଏଗୁଡିକର କୁପ୍ରଭାବ ପକାଉଥିବାରୁ ଏହି ଔଷଧ ଗୁଡିକ ଉପରେ ନିଷେଧାଦେଶ ଜାରି କରିଛନ୍ତି ସରକାର। ଦୁଇ ବା ଅଧିକ ସକ୍ରିୟ ଫାର୍ମାସ୍ୟୁଟିକାଲ ଉପାଦନକୁ ଆନୁପାତିକ ହାରରେ ନିଆଯାଇ ଏହି ଏଫଡିସି ଔଷଧ ପ୍ରସ୍ତୁତ କରାଯାଇଥାଏ। ଏହାକୁ କକଟେଲ୍ ଔଷଧ ବୋଲି ମଧ୍ୟ କୁହାଯାଇଥାଏ।ଏହି କମ୍ୱିନେସନ ଗୁଡିକରେ ଏପରିକି ଆଣ୍ଟିବ୍ୟାକ୍ଟେରିଆଲ୍ ଔଷଧରେ ଚିକିତ୍ସା ସଂପର୍କିତ ତଥ୍ୟଭିତ୍ତିକ ଯୁକ୍ତି ନଥିବା ଓ ମଣିଷ ଶରୀରକୁ ଏହା କ୍ଷତି ପହଞ୍ଚାଉଥିବା ଡ୍ରଗ୍ସ ଟେକ୍ନିକାଲ ଆଡଭାଇଜରୀ ବୋର୍ଡ ଜାଣିବାକୁ ପାଇଛି। ଏହାକୁ ଆଧାର କରି ସରକାର ଏହି ବ୍ୟାନ ନିଷ୍ପତ୍ତି ନେଇଛନ୍ତି।ଜନସ୍ୱାର୍ଥ ଦୃଷ୍ଟିରୁ ଏହିଭଳି ୧୫୬ଟି ଔଷଧର ତିଆରି, ବିକ୍ରି ଓ ବିତରଣ ଉପରେ ଅଙ୍କୁଶ ଲଗାଯାଇଛି। ଏହି ଔଷଧଗୁଡିକର ବିକଳ୍ପ ଔଷଧ ମଧ୍ୟ ରହିଥିବା କୁହାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏ ସଂପର୍କରେ ଏକ ଗେଜେଟ୍ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଏସିକ୍ଲୋଫେନାକ ଓ ପାରସିଟାମଲ କମ୍ୱିନେସନ, ମେଫେନାମିକ ଯୁକ୍ତ ପାରାସିଟାମଲ୍ ଇଞ୍ଜେକସନ, ସେଟ୍ରିଜିନ ଏଚସିଏଲ , ପାରାସିଟାମଲ୍ ଓ ଫିନାଇଲେଫ୍ରିନ ଏଚସିଏଲ କମ୍ୱିନେସନ, ଲିଭୋସେଟ୍ରିଜିନ୍, ଫିନାଇଲେଫ୍ରିନ ଏଚସିଏଲ ଓ ପାରାସିଟାମଲ୍ କମ୍ବିନେସନ, କାମିଲୋଫିନ ଡିହାଇଡ୍ରୋକ୍ଲୋରାଇଡ୍ ଓ ପାରାସିଟାମଲ କମ୍ୱିନେସନ ଭଳି ଅନେକ କମ୍ୱିନେସନ ଥିବା ଔଷଧକୁ ବ୍ୟାନ କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking