23.1 C
Bhubaneswar
Thursday, December 25, 2025
Homeଓଡିଶା୩ ସୁନାଖଣିରେ ୧୫ ଶହ କେଜି ସୁନା: ମନ୍ତ୍ରୀ

୩ ସୁନାଖଣିରେ ୧୫ ଶହ କେଜି ସୁନା: ମନ୍ତ୍ରୀ

ଭୁବନେଶ୍ୱର: ଖଣି ନିଲାମ ପାଇଁ ୩ ତାରିଖ ବୈଠକ ପୂର୍ବରୁ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସୂଚନା । ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ୩ଟି ସୁନାଖଣିର ସନ୍ଧାନ ମିଳିଛି, ନିଲାମ ପ୍ରକ୍ରିୟା ଚାଲିଛି । ୩ଟି ଖଣିରେ ୧୫୮୬ କେଡି ସୁନା ଥିବା ସନ୍ଧାନ ମିଳିଛି । ଠିକ୍ ଭାବେ କିପରି ନିଲାମ ହେବ ପ୍ରକ୍ରିୟା ଚାଲିଛି । ସୂଚନାଯୋଗ୍ୟ, ଖଣି ନିଲାମ ପାଇଁ ଜାଲୁଆରୀ ୩ରେ ବୈଠକ ଡାକିଛନ୍ତି ରାଜ୍ୟ ସରକାର । ଜାନିଆରୀ ୩ ଅପରାହ୍ନ ୪ଟାରେ ଇସ୍ପାତ ଓ ଖଣି ବିଭାଗରେ ହେବ ବୈଠକ । ଉପସ୍ଥିତ ରହିବେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ । ଓଏମସି ଲିମିଟେଡ୍ ଏମଡି, ଖଣି ନିର୍ଦ୍ଦେଶକ, ଜିଏସଟି ଅଧିକାରୀ ଉପସ୍ଥିତ ରହିବେ । ମୟୂରଭଞ୍ଜ ଓ କେନ୍ଦୁଝରର ସୁନା ଖଣି ନିଲାମ ପାଇଁ ନିଷ୍ପତ୍ତି ହୋଇପାରେ । ଚୂଡାନ୍ତ ହେବ ୪୯ ଖଣି ନିଲାମ ପାଇଁ ବାର୍ଷିକ ନିଲାମ କ୍ୟାଲେଣ୍ଡର । ପ୍ରସ୍ତାବିତ ଖଣି ବ୍ଲକମାନଙ୍କର ଉପଯୁକ୍ତତା, ଅନୁସନ୍ଧାନ ସ୍ଥିତି, ନିଲାମ ପ୍ରସ୍ତୁତି ଯାଞ୍ଚ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking