19.1 C
Bhubaneswar
Saturday, December 27, 2025
Homeଅପରାଧଗର୍ଜନବାହାଲ ଗୁଳିକାଣ୍ଡ ଘଟଣାରେ ୧୫ ଅଟକ

ଗର୍ଜନବାହାଲ ଗୁଳିକାଣ୍ଡ ଘଟଣାରେ ୧୫ ଅଟକ

ସୁନ୍ଦରଗଡ଼: ଗୁରୁବାର ସନ୍ଧ୍ୟାରେ ହେମଗିର ଥାନା ଗର୍ଜନବାହାଲ କୋଲ୍‌ ୱାସେରି ମାଲିକାନାକୁ ନେଇ ସୀମାନ୍ତ ଛତିଶଗଡ଼ ରାୟଗଡ଼ ଓ ସୁନ୍ଦରଗଡ଼ର ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ, ଖଣ୍ଡା ବୁଲିବା ସହ ବହୁ ରାଉଣ୍ଡ ଗୁଳିଚାଳନା ହୋଇଥିବା ସୂଚନା ମିଳିଛି। ଏପରିକି ୱାସେରିରେ ବ୍ୟାପକ ଭଙ୍ଗାରୁଜା କରାଯାଇଛି। ଘଣ୍ଟାଏ ଧରି ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ ଓ ଗୁଳିଚାଳନା କରିବାରୁ ଅନେକ ଯୁବକ ଆହତ ହୋଇଛନ୍ତି। ଆହତମାନଙ୍କୁ ରାୟଗଡ଼ ଡାକ୍ତରଖାନ‌ା ନିଆଯାଇଛି। ଜଣକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା‌ରେ ଭର୍ତ୍ତି କରାଯାଇଛି। ସେ ‌ହେଲେ ଭବାନୀପୁରର ମଣ୍ଟୁ ତୋଲାନି (୩୭)। ତାଙ୍କ ମୁଣ୍ଡ ଫାଟିଛି।

ଏହି ଘଟଣାରେ ପୁଲିସ ୧୫ଜଣଙ୍କୁ ଥାନାରେ ଅଟକ ରଖାଯାଇଛି। କୁହାଯାଉଛି, କୋଲ୍‌ ୱାସେରିର ମାଲିକାନାକୁ ନେଇ ବହୁ ବର୍ଷ ଧରି ରାୟଗଡ଼ର ଦୁଇ ମାଲିକଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଥିଲା। ଜଣେ ମାଲିକ କୋଲ୍‌ ୱାସେରି‌ରେ ତାଲା ପକାଇ ଦେଇଥିବା ବେଳେ ଅନ୍ୟ ଜଣେ ଏହାକୁ ଖୋଲିବାକୁ ଉଦ୍ୟମ କରିଥି‌ଲେ। ଗୁରୁବାର ଦୁଇ ଗୋଷ୍ଠୀ ୱାସେରିରେ ସାମ୍ନାସାମ୍ନି ହୋଇଥିଲେ। କଥା କଟାକଟି, ପାଟିତୁଣ୍ଡରୁ ମାଡ଼ପିଟ ଆଡ଼କୁ କଥା ଯାଇଥିଲା। ଲୁହା ରଡ୍‌, ବାଡ଼ି‌ରେ ବହେ ଛେଚାଛେଚି ହୋଇଥିଲେ।

ଏପରିକି ବହୁ ଗୁଳିଚାଳନା ସହ ଗାଡ଼ିମଟର, ଅଫିସ ଭଙ୍ଗାରୁଜା ହୋଇଥିଲା। ମାଡ଼ପିଟରେ ସାମିଲ ସୁନ୍ଦରଗଡ଼ର କିଛି ଯୁବକଙ୍କ ମଧ୍ୟ‌ରୁ କେତେ ଜଣ ଆହତ ହୋଇଥିବା ବେଳେ ଜଣକୁ ଅପହରଣ କରି ରାୟଗଡ଼ ନିଆଯାଇଥିବା କୁହାଯାଉଛି। ଖବର ପାଇ ସୁନ୍ଦରଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ହିମାଂଶୁ ବେହେରାଙ୍କ ନେତୃତ୍ବରେ ପୁଲିସ ଫୋର୍ସ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ନେଇଛନ୍ତି। ପୁଲିସର ଏକ ଟିମ୍‌ ରାୟଗଡ଼ ଯାଇ ଘଟଣାର ତନାଘନା କରିବ ବୋଲି ସୂଚନା ଆସିଛି। ଘଟଣାସ୍ଥଳରେ ଏବେ ବି ଉତ୍ତେଜନା ଲାଗି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking