25.1 C
Bhubaneswar
Saturday, March 21, 2026
Homeଓଡିଶାବେଆଇନ ଚାଲାଣ ହେଉଥିବା ୧୫ ମଇଁଷି ଉଦ୍ଧାର: ୨ ପିକଅପ ସହ ଡ୍ରାଇଭର ଅଟକ

ବେଆଇନ ଚାଲାଣ ହେଉଥିବା ୧୫ ମଇଁଷି ଉଦ୍ଧାର: ୨ ପିକଅପ ସହ ଡ୍ରାଇଭର ଅଟକ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି ବେଆଇନ ଗୋରୁ,ଗାଈ ଓ ମଇଁଷି ଚାଲାଣ । ତେବେ ପୋଲିସ ପକ୍ଷରୁ ମଧ୍ୟ ଏହି ବେଆଇନ ଚାଲାଣ ଉପରେ ରୋକ ଲଗାଇବା ପାଇଁ ଚେଷ୍ଟାଜାରୀ ରହିଥିବା ଦେଖିବାକୁ ମିଳିଛି।ବେଆଇନ ମଇଁଷି ଚାଲାଣ ବେଳେ ୧୫ଟି ମଇଁଷି ଉଦ୍ଧାର ହେବା ସାଙ୍ଗକୁ ବେଆଇନ ଭାବେ ବୋଝେଇ କରି ନେଉଥିବା ୨ଟି ପିକଅଫ ଗାଡି ଜବତ ସହ ୨ ଡ୍ରାଇଭର ଅଟକ ରଖିଛି ପୋଲିସ। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ୫୩ ନଂ ରାଜ୍ୟ ରାଜପଥ ଠାକୁରମୁଣ୍ଡା- କରଞ୍ଜିଆ ରାସ୍ତାର କେନ୍ଦୁଜିଆଣୀ ଶିଶୁ ମନ୍ଦିର ନିକଟରୁ ଠାକୁରମୁଣ୍ଡା ଥାନା ପୋଲିସ ଆଜି ଭୋର ସକାଳୁ ପେଟ୍ରୋଲିଂ କରୁଥିବା ସମୟରେ ୨ଟି ପିକଅପ୍ ଗାଡିକୁ ଜବତ କରି ୧୫ଟି ମଇଁଷି ଉଦ୍ଧାର କରିଛି। ଜବତ ମଇଁଷିର ସ୍ୱାସ୍ଥ ପରୀକ୍ଷା ପରେ ନୀକଟସ୍ଥ ଗୋଶାଳାରେ ଛଡା ଯିବ ବୋଲି ଠାକୁରମୁଣ୍ଡା ଥାନା ଅଧିକାରିଣୀ ସାବିତ୍ରୀ ଦଳେଇଙ୍କ ଠାରୁ ମିଳିଥିବା ସୂଚନାରୁ ଜଣାପଡିଛି। ଏନେଇ ଠାକୁରମୁଣ୍ଡା ଥାନାରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ପୋଲିସ। ତେବେ ମଇଁଷି ଗୁଡ଼ିକ ପ୍ରାଥମିକ ତଦନ୍ତ ବେଳେ ଯାଜପୁରରୁ ଝାରଖଣ୍ଡ ରାଞ୍ଚି ନେଉଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking