15.1 C
Bhubaneswar
Sunday, December 28, 2025
Homeଓଡିଶାସୁକିନ୍ଦା ଖଣି ଉପତ୍ୟକା କାଳିଆ ପାଣି ଥାନ ଅଞ୍ଚଳ ରେ ୧୪୪ଧାର ଜାରି

ସୁକିନ୍ଦା ଖଣି ଉପତ୍ୟକା କାଳିଆ ପାଣି ଥାନ ଅଞ୍ଚଳ ରେ ୧୪୪ଧାର ଜାରି

ଯାଜପୁର : ଜିଲ୍ଲା ପ୍ରଶାସନ ପକ୍ଷରୁ ୬ଟାଠାରୁ କାଳିଆପାଣି ଖଣି ଉପତ୍ୟକା ଅଞ୍ଚଳରେ ଅନିର୍ଦ୍ଦିଷ୍ଟକାଳ ପାଇଁ ୧୪୪ ଧାରା ଲାଗୁ କରାଯାଇଛି । ସୁକିନ୍ଦା ର ପଟ ଚିତ୍ର ବଦଳିଛି l BJP ର ଶାସନ ଆସିଛି lନିର୍ବାଚନକୁ ଏହାଭିତରେ ଅନେକ ଦିନ ବିତିଯାଇଛି । ତେବେ ନିର୍ବାଚନ ପରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର କାଳିଆପାଣି ଖଣି ଅଞ୍ଚଳରେ ପ୍ରତିଦିନ ଦେଖାଦେଉଛି ରାଜନୈତିକ ହିଂସା କାଣ୍ଡ l ଶ୍ରମିକ ନେତା ଭରତ ଚନ୍ଦ୍ର ମହାନ୍ତଙ୍କୁ କିଛି ଲୋକ ଆକ୍ରମଣ କରିଥିଲେ । ଏହି ଘଟଣାକୁ ନେଇ ଭରତ ମହାନ୍ତି କାଳିଆପାଣି ଥାନାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରିବା ପାଇଁ ଏତଲା ଦେଇଥିଲେ । ତେବେ ଏତଲା ଦେବାର ଅନେକ ଦିନ ବିତିଗଲା ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଆକ୍ରମଣ କରିଥିବା ସମ୍ପୃକ୍ତ ।ବ୍ୟକ୍ତିମାନଙ୍କୁ ଗିରଫ ଦାବି କରି ଜୁଲାଇ ୧ ତାରିଖ ଦିନ ଖଣି ଅଞ୍ଚଳକୁ ବନ୍ଦ ।ଡାକରା ଦେଇଥିଲେ ସୁକିନ୍ଦା ରିଜିୟନ କ୍ରୋମାଇଟ ଖାଦାନ ମଜଦୂର ସଙ୍ଘ ସମେତ ଅନେକ ଗଣସଂଗଠନ । ଏହି ସମୟରେ ଆଇନଶୃଙ୍ଖଳା ବ୍ୟାଘାତ ହେବାକୁ ଦୃଷ୍ଟିରେ ରଖି କାଳିଆପାଣି ପୋଲିସ ଓ ସୁକିନ୍ଦା ତହସିଲଦାର ଖଣି ଅଞ୍ଚଳରେ ୧୪୪ ଧାରା ଲାଗୁ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ଏହି ନିବେଦନକୁ ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ବରୀ ଅମାତ ଗ୍ରହଣ କରି ଆଜି ସକାଳ ୬ଟା ଠାରୁ ଅନିର୍ଦ୍ଦିଷ୍ଟକାଳ ୧୪୪ ଧାରା ଲାଗୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଅନୁଯାୟୀ ଏହି ଅଞ୍ଚଳରେ କୌଣସି ସ୍ଥାନରେ ୫ ଜଣ ବ୍ୟକ୍ତି ଏକାଠି ଛିଡ଼ା ହୋଇପାରିବେନି, କୌଣସି ଜରୁରୀ ପରିସ୍ଥିତି ନଥିଲେ ଏହି ବାଟ ଦେଇ ଯାଇପାରିବେ ନାହିଁ, କେବଳ ସରକାରୀ କର୍ମଚାରୀ ଓ ଖଣି ସଂସ୍ଥାରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀମାନେ ଯାଇ ପାରିବେ ବୋଲି ଏହି ନୋଟିସରେ ଉଲ୍ଲେଖ ରହିଛି । ତେବେ ଏହି ଅଞ୍ଚଳରେ ପରିସ୍ଥିତି ଆୟତ୍ତକୁ ଆସିଲେ ଯେକୌଣସି ସମୟରେ ୧୪୪ ଧାରା ଉଠାଇ ଦିଆଯିବ ବୋଲି ଆଜି ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ବରୀ ଅମାତ । ସୁକିନ୍ଦା ଖଣି ଉପତ୍ୟକା ରେ ଶାସକ ଦଳ ନେତାଙ୍କ ପରୋଚନlବି ଜେ ପି ଦଳ ର କ୍ରମି ତାଙ୍କ ର ରାଜ୍ ଜାହିର କରାଇବା ପାଇଁ ଶ୍ରମିକ ନେତା ଓ ଶ୍ରମିକ ମାନଙ୍କୁ ଆକ୍ରମଣ କରି ଲାହୁ ଲୁହାଣ କହିଛନ୍ତି ଅଭିଯୋଗ କଲେ ପୋଲିସ୍ ନୀରବ ଦ୍ରଷ୍ଟା ସାଜିଛନ୍ତି ଏହା ର ପ୍ରତିବାଦ ଶ୍ରମିକ ଅଞ୍ଚଳ ଶ୍ରମିକ ଭାଇ-ଭଉଣୀଙ୍କ ସୁରକ୍ଷା ଦାବିରେ ସୁକିନ୍ଦାର ଖଣି ଅଞ୍ଚଳ ବନ୍ଦ ଡାକରାକୁ ବ୍ୟବସାୟୀକ ପ୍ରତିଷ୍ଠାନ ସମର୍ଥନ କରିଛି। କାଳିଆପାଣିର ମାର୍କେଟର ଦୋକାନ ବଜାର ଆଜି ବନ୍ଦ ରହିଛି।
•ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ସୋମ ବାର ଖଣି ଅଞ୍ଚଳ ବନ୍ଦ ରହିଛି।
ଶାନ୍ତି ପୂର୍ଣ୍ଣ ଭାବରେ ଧାରଣ କୁ ବନ୍ଦ କରିବା ପାଇଁ 144ଧାରା ଲାଗୁ କାରା ଗଲା ଏହା ଏକ ଅଗଣତାନ୍ତ୍ରିକ ପ୍ରଶାସନ କୁ ହାତ ବାରିଶି କରି ମାନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଶ୍ରମିକ ମାନଙ୍କ ନଯ୍ୟ ଦାବୀ କୁ ଦବାଇ ଦେଇଛନ୍ତି l ବୋଲି ଖଣି ଖଦାନ ମଜୁଦୂର୍ ସଙ୍ଗ ପକ୍ଷ ରୁ ନିନ୍ଦା କହିଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking