ନୂଆଦିଲ୍ଲୀ: ଗତକାଲି ବିଳମ୍ବିତ ରାତିରେ ପଶ୍ଚିମ ଦିଲ୍ଲୀର ଖିଆଲା ଅଞ୍ଚଳରେ ଏକ ଭୟଙ୍କର ଘଟଣା ଘଟିଛି । ପ୍ରାୟ ୧୪ ବର୍ଷର ନାବାଳକକୁ ସର୍ବସାଧାରଣ ସ୍ଥାନରେ ଛୁରି ଭୁସି ହତ୍ୟା କରାଯାଇଛି । ମୃତକଙ୍କ ନାମ ସାହେଲ । ଗତକାଲି ରାତି ପ୍ରାୟ ୮.୪୫ରେ ପୋଲିସ କଣ୍ଟ୍ରୋଲ ରୁମକୁ ଛୁରାମାଡ ହୋଇଥିବା ଖବର ମିଳିଥିଲା । ଖବର ଅନୁଯାୟୀ, ଖୋଲା ପଡିଆରେ କିଛି ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହା ହିଂସା ରେ ପରିଣତ ହୋଇଥିଲା । ଘଟଣା ସମୟରେ ସାହେଲଙ୍କ ପେଟରେ ଛୁରାମାଡ ହୋଇଥିଲା, ଫଳରେ ଗୁରୁତର ଆହତ ହୋଇଥିଲେ । ସୋହେଲଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ଯେଉଁଠାରେ ଚିକିତ୍ସା ସମୟରେ ଗୁରୁତର ଆହତ ହୋଇଥିଲେ । ପୋଷ୍ଟମର୍ଟମ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି । ଦିଲ୍ଲୀ ପୋଲିସ ଏନେଇ ତଦନ୍ତକୁ ଜୋରଦାର କରିଛି । ଅପରାଧରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ଘଟଣାସ୍ଥଳରେ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି । ପୋଲିସ ବର୍ତ୍ତମାନ ହତ୍ୟା ପଛର କାରଣ ତଦନ୍ତ କରୁଛି ।










