26.1 C
Bhubaneswar
Sunday, January 26, 2025
Homeଦେଶ ବିଦେଶଗୁଣବତ୍ତାରେ ଫେଲ୍ ମାରିଛି ୧୩୫ ମେଡିସିନ୍ ସାମ୍ପଲ

ଗୁଣବତ୍ତାରେ ଫେଲ୍ ମାରିଛି ୧୩୫ ମେଡିସିନ୍ ସାମ୍ପଲ

ନୂଆଦିଲ୍ଲୀ: ଫେଲ୍ ମାରିଛି ୧୩୫ ମେଡିସିନର ସାମ୍ପଲ୍ । ଏଭଳି ଚାଞ୍ଚଲ୍ୟକର ରିପୋର୍ଟ ଦେଇଛି କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ । ହାଇ ବିପି-ଡାଇବେଟିସ୍ ଏବଂ ଭିଟାମିନ୍ ଡି-୩ ର ଟାବଲେଟ୍ ବି ସାମିଲ । ଡିସେମ୍ବରରେ ପରୀକ୍ଷା ପାଇଁ ନିଆଯାଇଥିବା ଔଷଧ ନମୁନାର ଫଳାଫଳ ପ୍ରକାଶ କରିଛି କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ । ଯେଉଁଥିରେ ୧୩୫ରୁ ଅଧିକ ମେଡିସିନ୍ ପାରାମିଟରରେ ଅବୈଧ ବୋଲି ପରୀକ୍ଷାରୁ ଜଣାପଡ଼ିଥିଲା । ଯେଉଁ ଔଷଧଗୁଡ଼ିକର ନମୁନା ବିଫଳ ହୋଇଛି, ସେଗୁଡ଼ିକ ମଧ୍ୟରେ ହୃଦ୍‌ରୋଗ, ସୁଗାର, କିଡନୀ, ବିପି ଏବଂ ଆଣ୍ଟିବାୟୋଟିକ୍ ସମେତ ଅନେକ ଔଷଧ ଅନ୍ତର୍ଭୁକ୍ତ । ଗତ କିଛି ମାସ ଧରି ଏହି ଔଷଧ ନମୁନାଗୁଡ଼ିକ କ୍ରମାଗତ ଭାବରେ ମାନଦଣ୍ଡ ପୂରଣ କରୁନାହିଁ । ଦେଶର ଅନେକ ବଡ଼ ଔଷଧ କମ୍ପାନୀ ଦ୍ୱାରା ଏହି ଔଷଧଗୁଡ଼ିକୁ ପ୍ରସ୍ତୁତ କରାଯାଇଛି । ଯାହା ପରେ ଔଷଧଗୁଡ଼ିକ ଗୁଣବତ୍ତା ପରୀକ୍ଷାରେ ବିଫଳ ହୋଇଛି । ଏପରିକି ଏହା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ବୋଲି ଘୋଷଣା କରାଯାଇଛି ।

ଏହି ଔଷଧଗୁଡ଼ିକର ନିର୍ମାତାମାନଙ୍କୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ଏହି ଔଷଧଗୁଡ଼ିକ ମଧ୍ୟରୁ ଅଧିକାଂଶ ମଧୁମେହ ଏବଂ ମାଇଗ୍ରେନ୍ ରୋଗୀଙ୍କୁ ଦିଆଯାଉଥିଲା । କେନ୍ଦ୍ରୀୟ ପରୀକ୍ଷାଗାରଗୁଡ଼ିକ ଦ୍ୱାରା ୫୧ଟି ଔଷଧ ନମୁନା ଏବଂ ରାଜ୍ୟ ଔଷଧ ପରୀକ୍ଷଣ ପ୍ରୟୋଗଶାଳାଗୁଡ଼ିକ ଦ୍ୱାରା ୮୪ଟି ଔଷଧ ନମୁନା ମାନକ ଗୁଣବତ୍ତା ପୂରଣ କରୁନଥିବା ଜଣାପଡ଼ିଛି । ଯେଉଁ କାରଣରୁ ଔଷଧ ନିର୍ମାତାଙ୍କ ଲାଇସେନ୍ସ ବାତିଲ କରିବାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ନିମ୍ନମାନର ଔଷଧଗୁଡ଼ିକ ମଧ୍ୟରେ ମଧ୍ୟରେ ଜନଔଷଧି କେନ୍ଦ୍ରଗୁଡ଼ିକୁ ଯୋଗାଇ ଦିଆଯାଇଥିବା ଆଣ୍ଟିବାୟୋଟିକ୍ ଔଷଧ– ସେଫପୋଡକ୍ସିମ ଟାବଲେଟ୍ ଆଇପି ୨୦୦-ଏମଜି, ଡିଭାଲପ୍ରୋଏକ୍ସ ଏକ୍ସଟେଣ୍ଡେଡ୍‌-ରିଲିଜ୍ ଟାବଲେଟ୍‌, ମେଟଫର୍ମିନ୍ ହାଇଡ୍ରୋକ୍ଲୋରାଇଡ୍ ଟାବଲେଟ୍‌, ଜିଙ୍କ ସଲଫେଟ୍ ଟାବଲେଟ୍‌, ମେଟଫର୍ମିନ୍ ଟାବଲେଟ୍ ୫୦୦ ଏମଜି, ଆମୋକ୍ସିମନ୍ ସିଭି-୬୨୫, ପାରାସିଟାମଲ୍ ୫୦୦ ଏମଜି ସାମିଲ । ଏହା ସହିତ ସିଏମଜି ବାୟୋଟେକର ବିଟା ହିଷ୍ଟିନ୍‌, ସିପ୍ଲାର ଓକାମାଟ୍‌, ଆଡମାଡ୍ ଫାର୍ମାର ପେଣ୍ଟାପ୍ରାଜୋଲ୍‌, ୱେଡ୍ସପ୍ ଫାର୍ମାର ଆମୋକ୍ସିସିଲିନ୍‌, ଶମଶ୍ରୀ ଲାଇଫ୍ ସାଇନ୍ସସର ମେରୋପେନେମ୍ ଇଞ୍ଜେକ୍ସନ୍‌-୫୦୦, ଓରିସନ୍ ଫାର୍ମାର ଟେଲମିସାର୍ଟନ୍‌, ମାର୍ଟିନ୍ ଆଣ୍ଡ୍ ବ୍ରାଉନ୍ କମ୍ପାନୀର ଆଲବେଣ୍ଡାଜୋଲ୍ ଅନ୍ତର୍ଭୁକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking