ଭୁବନେଶ୍ୱର: ୯ଟି ଜେଲରୁ ଫେରାର ହୋଇଛନ୍ତି ୧୩ ଜଣ କଏଦୀ । ମାତ୍ର ୬ ଜଣଙ୍କୁ ଧରିପାରିଛି ପୋଲିସ । ବର୍ଷକରେ ଜେଲରେ ୩୧ ବିଚାରଧୀନ କଏଦୀଙ୍କ ମୃତ୍ୟୁ ହୋଇଛି । ୮ ଜଣ କଏଦୀ ଆତ୍ମହତ୍ୟା କରିଛନ୍ତି । ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ବିଧାନସଭା ଶୂତ କାଳୀନ ଅଧିବେଶନର ଚତୁର୍ଥ ଦିନ । ସ୍ୱାଭାବିକ ଚାଲିଛି ବିଧାନସଭା ପ୍ରଶ୍ନକାଳ ।ଗୃହରେ ଅର୍ଥ , ଗୃହ , ସ୍ୱାସ୍ଥ୍ୟ , ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ, ସାଧାରଣ ଅଭିଯୋଗ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ ଆଲୋଚନା କରାଯାଉଛି । ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗୀୟ ମନ୍ତ୍ରୀ ।









