17.1 C
Bhubaneswar
Thursday, December 18, 2025
Homeଓଡିଶାଗ୍ରାମାଞ୍ଚଳ ଗ୍ରେ ୱାଟର ମ୍ୟାନେଜ୍‌ମେଣ୍ଟ ପାଇଁ ୧୨୭୯ କୋଟି

ଗ୍ରାମାଞ୍ଚଳ ଗ୍ରେ ୱାଟର ମ୍ୟାନେଜ୍‌ମେଣ୍ଟ ପାଇଁ ୧୨୭୯ କୋଟି

ଭୁବନେଶ୍ୱର: ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଯୋଜନାରେ ଗ୍ରାମାଞ୍ଚଳରେ ୨୦୧୯ ଠାରୁ ଗ୍ରେ ୱାଟର ମ୍ୟାନେଜମେଣ୍ଟ୍ ପାଇଁ ଗର୍ତ୍ତ ବା ଶୋକ୍ ପିଟ୍ ଓ ଲିଚ୍ ପିଟ୍‌ର ବ୍ୟବସ୍ଥା ରହିଛି। ଏଥିପାଇଁ ୧୨୭୯.୦୭ କୋଟି ଅର୍ଥରାଶି ବ୍ୟୟ ବରାଦ କରାଯାଇଛି। ମଙ୍ଗଳବାର ବିଧାନସଭାରେ ବିଧାୟକ ଆକାଶ ଦାସନାୟକଙ୍କ ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଯୋଜନାରେ ୨୦୧୯ରୁ ଜୈବିକ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବ୍ୟକ୍ତିଗତ ଓ ସାର୍ବଜନୀନ କମ୍ପୋଷ୍ଟ ପିଟ୍‌ର ବ୍ୟବସ୍ଥା ମଧ୍ୟ ରହିଛି। ଅଣ-ଜୈବ କଠିନ ବର୍ଜ୍ୟବସ୍ତୁର ପରିଚାଳନା, ସହରାଞ୍ଚଳ-ଗ୍ରାମାଞ୍ଚଳ ସମନ୍ୱୟ ମାଧ୍ୟମରେ ସହରାଞ୍ଚଳ ସାମଗ୍ରୀ ପୁନରୁଦ୍ଧାର ବ୍ୟବସ୍ଥା ( ଅର୍ବାନ ଏମ୍‌ଆର ଏଫ) ଏବଂ ଗ୍ରାମାଞ୍ଚଳ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ୟୁନିଟ୍ ମାଧ୍ୟମରେ କରାଯାଉଛି। ମନ୍ତ୍ରୀ କହିଛନ୍ତି ଯେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ଘରକୁ ଘର ବୁଲି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ଆଦି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏଥିପାଇଁ ସେମାନେ ଟ୍ରାଇ ସାଇକେଲ କିମ୍ବା ବ୍ୟାଟେରୀ ଚାଳିତ ଗାଡ଼ି ବ୍ୟବହାର କରିଥାନ୍ତି। ସଂଗୃହୀତ ବର୍ଜ୍ୟବସ୍ତୁକୁ ସଂରକ୍ଷଣ ଓ ପୃଥକୀକରଣ ପାଇଁ ଗ୍ରାମ ପଞ୍ଚାୟତ ଓ ଗ୍ରାମରେ ପୃଥକୀକରଣ ସେଡ୍‌ର ବ୍ୟବସ୍ଥା ରହିଛି। ସେହିପରି କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୨୬୭. ୬୩ କୋଟି ଅର୍ଥରାଶି ବ୍ୟୟ ବରାଦ କରାଯାଇଛି। ସର୍ବମୋଟ ୮,୯୪୭ଟି କଠିନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଗ୍ରାମାଞ୍ଚଳରେ ନିର୍ମାଣ ହୋଇଛି ଏବଂ ୪,୭୨୨ଟି କଠିନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ୨୦୨୪-୨୫ ଆର୍ôଥକ ବର୍ଷରେ ନିର୍ମାଣ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ଶ୍ରୀ ନାୟକ ଗୃହକୁ ଅବଗତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking