ଭୁବନେଶ୍ୱର: ୩ ବର୍ଷରେ ୧୨୫ କୋଟି ଲୁଟିଲେଣି ସାଇବର ଲୁଟେରା । ଏ ନେଇ ୬ ହଜାର ୩୬୮ ଟି ମାମଲା ରୁଜୁ ହୋଇଛି । ମାମଲାରେ ଗିରଫ ହୋଇଛନ୍ତି ୧ ହଜାର ୩୮୮ ଜଣ । ଫେରସ୍ତ ହୋଇଛି ମାତ୍ର ୨ କୋଟି ୫୨ ଲକ୍ଷ ଟଙ୍କା । ୨୦୨୩ ରେ ୨୩୪୮ ଟି ମାମଲାରେ ୫୨୨ ଜଣ ଗିରଫ ହୋଇଛନ୍ତି । ଲୁଟ ହୋଇଛି ୪୭ କୋଟି ୯୪ ଲକ୍ଷ ଟଙ୍କା । ଏ ନେଇ ବିଧାନସଭା ଗୃହରେ ଉତ୍ତର ରଖିଛନ୍ତି ମୋହନ ମାଝୀ। ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।