ରାୟପୁର: ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଏନକାଉଣ୍ଟରରେ ଟଳିଲେ ୧୨ ମାଓବାଦୀ । ଛତିଶଗଡର ଦକ୍ଷିଣ ବସ୍ତର ଅଞ୍ଚଳ କୋଣ୍ଟା କିସ୍ତରାମ ଜଙ୍ଗଲରେ ସୁରକ୍ଷାକର୍ମୀ- ମାଓବାଦୀ ଙ୍କ ମଧ୍ୟ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟରେ ୧୨ ମାଓବାଦୀ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୫ ମହିଳା ମାଓବାଦୀ ରହିଛନ୍ତି । ଏହି ଅପରେସନରେ ସିଆରପିଏଫ, କୋବ୍ରା ବାଟାଲିୟନ, ଜିଲ୍ଲା ରିଜର୍ଭ ଗାର୍ଡ ଏବଂ ସ୍ପେଶାଲ ଟାସ୍କ ଫୋର୍ସର ଦଳ ସାମିଲ ଥିଲେ । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି । ଘଟଣାସ୍ଥଳରୁ ଏସଏଲଆର ରାଇଫଲ, ଇନସାସ ରାଇଫଲ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ସବୁ ଉଦ୍ଧାର କରାଯାଇଛି । ଉକ୍ତ ଅଞ୍ଚଳକୁ ସିଲ କରାଯାଇ ଅନ୍ୟ ମାଓ କ୍ୟାଡରଙ୍କୁ ଖୋଜିବା ପାଇଁ ସୁରକ୍ଷା ବାହିନୀ ତଲାସୀ ଆରମ୍ଭ କରିଛି । ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ୨୦୨୬ ମାର୍ଚ୍ଚ ଶେଷ ସୁଦ୍ଧା ଦେଶ ମାଓମୁକ୍ତ ହେବ ।










