15.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ମାଓବାଦୀ ସଫା

ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ମାଓବାଦୀ ସଫା

ମୁମ୍ବାଇ: ମହାରାଷ୍ଟ୍ରର ନକ୍ସଲ ପ୍ରଭାବିତ ଗଡଚିରୋଲିରେ ପୁଲିସକୁ ବଡ ସଫଳତା ମିଳିଛି । ଆଜି ଏଠାରେ ହୋଇଥିବା ବଡ ଧରଣର ଏନକାଉଣ୍ଟରରେ ପୁଲିସ ଗୁଳିରେ ୧୨ ଜଣ ନକ୍ସଲ ନିପାତ ହୋଇଛନ୍ତି । ନକ୍ସଲ ଏବଂ ପୁଲିସ୍ ମଧ୍ୟରେ ଏନକାଉଣ୍ଟର ପ୍ରାୟ ୬ ଘଣ୍ଟା ଧରି ଚାଲିଥିଲା । ଆଉ ଏହି ଏନକାଉଣ୍ଟରରେ ଡିଭିଜନାଲ କମିଟି ସଦସ୍ୟ ଲକ୍ଷ୍ମଣ ଅତ୍ରାମ ଓରଫ ବିଶାଲ ସମେତ ୧୨ ଜଣ ନିପାତ ହୋଇଛନ୍ତି । ଗଡଚିରୋଲିରେ ପୁଲିସ-ନକ୍ସଲଙ୍କ ଏନକାଉଣ୍ଟରରେ ଦୁଇ ଯବାନ ମଧ୍ୟ ଆହତ ହୋଇଛନ୍ତି । ଉଭୟ ଆହତ ଯବାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ନାଗପୁରକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ, ଆଜି ଗଡ଼ଚିରୋଲିର ବଦୋଲି ଗାଁ ନିକଟରେ ୧୨ରୁ ୧୫ ଜଣ ନକ୍ସଲ ଏକାଠି ଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସି-୬୦ ଟିମର ଯବାନମାନେ ମହାରାଷ୍ଟ୍ର-ଛତିଶଗଡ଼ ସୀମାରେ ଅପରେସନ ଆରମ୍ଭ କରିଥିଲେ ।

ପୁଲିସକୁ ଦେଖି ନକ୍ସଲମାନେ ଆଖିବୁଜା ଗୁଳି ଚଳାଇଥିଲେ । ଏହାପରେ ସେମାନଙ୍କ ଗୁଳିର ଜବାବ ଦେବାକୁ ଯାଇ ଯବାନମାନେ ମଧ୍ୟ ପାଲଟା ଗୁଳି ଚଳାଇଥିଲେ । ଉଭୟ ପକ୍ଷଙ୍କ ମଧ୍ୟରେ ୬ ଘଣ୍ଟା ଧରି ଗୁଳିବିନିମୟ ପରେ ଯବାନମାନେ ଉକ୍ତ ସ୍ଥାନରୁ ୧୨ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଥିବାବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି । ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ସାତୋଟି ସ୍ୱୟଂଚାଳିତ ରାଇଫଲ ସହିତ ତିନୋଟି ଏକେ-୪୭, ୨ଟି ଇନସାସ ବନ୍ଧୁକ ମଧ୍ୟ ଜବତ କରାଯାଇଛି । ଗଡଚିରୋଲିରେ ନକ୍ସଲମାନଙ୍କ ବିପକ୍ଷରେ ବଡ ସଫଳତା ପରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏନକାଉଣ୍ଟର ଟିମରେ ଅନ୍ତର୍ଭୁକ୍ତ ଯବାନମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ଏନକାଉଣ୍ଟରରେ ୧୨ ଜଣ ନକ୍ସଲଙ୍କୁ ନିପାତ କରିଥିବା ପୁଲିସ କର୍ମଚାରୀଙ୍କ ପାଇଁ ଫଡନାଭିସ୍ ୫୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking