25.9 C
Bhubaneswar
Tuesday, April 7, 2026
Homeଅପରାଧଗୁଳିମାଡ କରି ୧୨ ଲକ୍ଷ ଲୁଟ

ଗୁଳିମାଡ କରି ୧୨ ଲକ୍ଷ ଲୁଟ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖଇରା ଥାନା ବର୍ତ୍ତନା ବଜାରରେ ଘଟିଛି ଅଭାବନୀୟ ଘଟଣା । ପାଟ୍ରୋଲ୍‌ ପମ୍ପ ଟଙ୍କା ବ୍ୟାଙ୍କରେ ଜମା କରିବା ପାଇଁ ଯାଉଥିଲେ ଦୁଇ ଜଣ କର୍ମଚାରୀ ହେଲେ ବ୍ୟାଙ୍କ ପାଖରେ ୩ ରାଉଣ୍ଡ ଫାୟରିଂ କରି ଲୁଟି ନେଲେ ୧୨ ଲକ୍ଷ ଟଙ୍କା। କୁପାରୀ ବଜାରରେ ଥିବା କୃପେଶ୍ୱର ପେଟ୍ରୋଲ୍‌ ପମ୍ପର ଦୁଇ କର୍ମଚାରୀ ଅଜୟ ମହାପାତ୍ର ଓ ବିଷ୍ଣୁପଦ ମହାପାତ୍ର ୧୨ ଲକ୍ଷ ଟଙ୍କା ଧରି ବାଇକ୍‌ରେ ବର୍ତ୍ତନାରେ ଥିବା ଇଣ୍ଡିଆନ୍‌ ବ୍ୟାଙ୍କ ଶାଖାକୁ ଯାଉଥିଲେ। ସେମାନେ ବ୍ୟାଙ୍କ ମୁଖ୍ୟ ଫାଟକ ପାଖରେ ପହଞ୍ଚିବା ବେଳେ ୩ଟି ବାଇକ୍‌ରେ ୬ ଜଣ ଯୁବକ ଆସି ବନ୍ଧୁକ ଦେଖାଇ ଲକ୍ଷ ଟଙ୍କା ଲୁଟ୍‌ କରିବାକୁ ଉଦ୍ୟମ କରିଥିଲେ। ହେଲେ ବିଫଳ ହୋଇଥିଲେ। ପରେ ଦୁର୍ବୃତ୍ତମାନେ ୩ ରାଉଣ୍ଡ ଫାୟାରିଂ କରିଥିଲେ। ଗୋଟିଏ ଗୁଳି ଜଣେ ବ୍ୟକ୍ତିଙ୍କ ଗୋଡରେ ବାଜିଥିଲା। ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଦୁର୍ବୃତ୍ତମାନେ ଫାୟାରିଂ କରି ୧୨ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ତନାଘନା ଆରମ୍ଭ କରିଛି। ୬ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ ଆରମ୍ଭ କରିଛି। ହେଲେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ପାଖରେ ପୁଲିସ୍‌ ପହଞ୍ଚି ପାରି ନାହିଁ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking