24.9 C
Bhubaneswar
Tuesday, April 7, 2026
Homeଦେଶ ବିଦେଶଆଜି ଏସୟୁସିଆଇର ୧୨ ଘଣ୍ଟିଆ ବନ୍ଦ ଡାକରା

ଆଜି ଏସୟୁସିଆଇର ୧୨ ଘଣ୍ଟିଆ ବନ୍ଦ ଡାକରା

କୋଲକାତା : ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଏସୟୁସିଆଇ । କୋଲକାତାରେ ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସକାଳ ୬ରୁ ସଂଧା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ଏହି ସମୟରେ ସମସ୍ତ ଏମର୍ଜେନସି ସେବା ଚାଲୁ ରହିବ । ବନ୍ଦ ଯୋଗୁଁ ମେଟ୍ରୋ ଚଳାଚଳ ପ୍ରଭାବିତ ହୋଇଛି। ବୁଧବାର ରାତିରେ କଲେଜରେ ଭଙ୍ଗାରୁଜା ଘଟଣା ଏବଂ ଡାକ୍ତରଙ୍କୁ ମାଡ ମରା ଘଟଣାକୁ ପ୍ରତିବାଦ କରି ଏହି ବନ୍ଦ ପାଳନ କରାଯାଉଛି। ଏପଟେ ଘଟଣାରେ ଘାଣ୍ଟୁଛି ସିବିଆଇ । ସିବିଆଇ ଟିମ୍‌ ଆରଜି କର ମେଡିକାଲ କଲେଜକୁ ଯାଇ ପଚରାଉଚରା କରିବା ସହିତ, ଜେରା ପାଇଁ ୫ ଜଣ ଡାକ୍ତରଙ୍କୁ ସମନ କରିଥିବା ସୂଚନା ମିଳିଛି । ପୀଡ଼ିତାଙ୍କ ଘରେ ମଧ୍ୟ ପହଞ୍ଚି ତଦନ୍ତ କରିଛି ସିବିଆଇ ଟିମ୍ । ମେଡିକାଲ କଲେଜରେ ଭଙ୍ଗାରୁଜା ଘଟଣାରେ ୧୨ ଜଣଙ୍କୁ ଗିରଫ କରିଛି ପୁଲିସ। ପ୍ରାୟ ୪୦ ରୁ ୫୦ ଜଣ ଲୋକ ଏହି ଭଙ୍ଗାରୁଜାରେ ସାମିଲ ଥିଲେ । ସେମାନେ ଏମର୍ଜେନ୍ସି ୱାର୍ଡ, ନର୍ସିଂ ଷ୍ଟେସନ ଓ ମେଡିସିନ ଷ୍ଟୋରରେ ବ୍ୟାପକ କ୍ଷୟକ୍ଷତି କରିବା ସହ ସିସିଟିଭି କ୍ୟାମେରା ମଧ୍ୟ ଭାଙ୍ଗିଥିଲେ ।ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସକୁ ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଥିଲା । କୋଲକାତା ପୁଲିସ ଏହି ଘଟଣାରେ ସଂପୃକ୍ତ କିଛି ଲୋକଙ୍କ ଫଟୋ ମଧ୍ୟ ସୋଶାଲ ମିଡିଆରେ ଜାରି କରିଛି । ପଟେ ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ସମସ୍ତ କାଗଜପତ୍ର ସିବିଆଇକୁ ଦିଆଯାଇଛି । ଆମେ ବି ଚାହୁଁଛୁ ଅଭିଯୁକ୍ତକୁ ଫାଶୀ ମିଳୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking