କେନ୍ଦୁଝର: ବିଶ୍ୱ ହିନ୍ଦୁ ପରିଷଦ ଆଜି କେନ୍ଦୁଝରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି । ଆଜି ସକାଳଠାରୁ ବନ୍ଦ କାର୍ଯ୍ୟକାରୀ କରାଯାଇଛି । ସଦର ଥାନା ଅଞ୍ଚଳରେ ଜଣେ ଭିନ୍ନକ୍ଷମ ନାବାଳିକାଙ୍କ ଉପରେ ହୋଇଥିବା ଯୌନ ନିର୍ଯାତନାର ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି । ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିଛନ୍ତି ଯାହା ଫଳରେ ବିଭିନ୍ନ ଅଞ୍ଚଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ଏହା ସହ ରାଜପଥରେ ଶହ ଶହ ଯାନବାହନ ଅଟକ ରହିଛି । ବଜାର ମଧ୍ୟ ବନ୍ଦ ରହିଛି । ଏହି ବନ୍ଦ ପାଳନ ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି । ସୂଚନାଯୋଗ୍ୟ, ନଭେମ୍ବର ୧୫ ତାରିଖରେ ବଂଶପାଳ ବ୍ଲକ ସଦର ଥାନା ଅଞ୍ଚଳରେ ଜଣେ ବିକଳାଙ୍ଗ ନାବାଳିକାଙ୍କୁ ବଳାତ୍କାର କରାଯାଇଥିଲା । ପୀଜିତା ବର୍ତ୍ତମାନ କେଉଁଝର ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏହି ମାମଲାରେ ଜଣେ ବାଂଲାଦେଶୀକୁ ଗିରଫ କରିଛି ପୋଲିସ ।










