କେନ୍ଦୁଝର: କେନ୍ଦୁଝରରେ ୧୨ ଘଣ୍ଟିଆ ବନ୍ଦ ପାଳନ ପ୍ରତ୍ୟାହୃତ । ଜିଲ୍ଲପାଳ, ଏସପିଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଛି । ବାଂଲାଦେଶୀ ହଟାଓ ପ୍ରତିବାଦରେ ବନ୍ଦ ପାଳନ କରିଥିଲା ବିଶସ୍ୱ ହିନ୍ଦୁ ପରିଷଦ । ଅନ୍ୟପଟେ ଆଜି ସକାଳଠାରୁ ବନ୍ଦ କାର୍ଯ୍ୟକାରୀ କରାଯାଇଛି । କଳାହାଣ୍ଡି ସଦର ଥାନା ଅଞ୍ଚଳରେ ଜଣେ ଭିନ୍ନକ୍ଷମ ନାବାଳିକାଙ୍କ ଉପରେ ହୋଇଥିବା ଯୌନ ନିର୍ଯାତନାର ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି । ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିଛନ୍ତି ଯାହା ଫଳରେ ବିଭିନ୍ନ ଅଞ୍ଚଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ସୂଚନାଯୋଗ୍ୟ, ନଭେମ୍ବର ୧୫ ତାରିଖରେ ବଂଶପାଳ ବ୍ଲକ ସଦର ଥାନା ଅଞ୍ଚଳରେ ଜଣେ ବିକଳାଙ୍ଗ ନାବାଳିକାଙ୍କୁ ବଳାତ୍କାର କରାଯାଇଥିଲା । ପୀଜିତା ବର୍ତ୍ତମାନ କେଉଁଝର ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏହି ମାମଲାରେ ଜଣେ ବାଂଲାଦେଶୀକୁ ଗିରଫ କରିଛି ପୋଲିସ ।










