22.1 C
Bhubaneswar
Monday, March 23, 2026
Homeଦେଶ ବିଦେଶଇସ୍ରାଏଲ୍ ଆକ୍ରମଣରେ ୧୨ ହିଜବୁଲ୍ଲା ସାମରିକ କମାଣ୍ଡ୍ ସେଣ୍ଟର ଧୂଳିସାତ୍‌

ଇସ୍ରାଏଲ୍ ଆକ୍ରମଣରେ ୧୨ ହିଜବୁଲ୍ଲା ସାମରିକ କମାଣ୍ଡ୍ ସେଣ୍ଟର ଧୂଳିସାତ୍‌

ଜେରୁଜେଲମ: ଇସ୍ରାଏଲ ସେନା ଏବଂ ଲେବାନନ୍ ତଥା ଇରାନ୍ ସମର୍ôଥତ ହିଜବୁଲ୍ଲା ଉଗ୍ରବାଦୀଙ୍କ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଛି। ସଦ୍ୟ ରିପୋର୍ଟ ଅନୁସାରେ ଇସ୍ରାଏଲ୍ ପକ୍ଷରୁ ହୋଇଥିବା ଏକ ବଡ଼ ଧରଣର ଆକ୍ରମଣର ଜବାବରେ ହିଜବୁଲ୍ଲା ପକ୍ଷରୁ ଇସ୍ରାଏଲ୍ ଉପରେ ଏକକାଳୀନ ୨୫୦ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଇସ୍ରାଏଲ ସେନା ପକ୍ଷରୁ ଲେବାନନ୍‌ର ଦକ୍ଷିଣ ବେରୁଟ ଅଞ୍ଚଳ ଉପରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା ଏଥିରେ ହିଜବୁଲ୍ଲା ସଂଗଠନର ପ୍ରାୟ ୧୨ଟି ସାମରିକ କମାଣ୍ଡ ସେଣ୍ଟର ଧୂଳିସାତ୍ ହୋଇଯାଇଛି। ରବିବାର ଏୟାର ଷ୍ଟ୍ରାଇକ ଜରିଆରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) ଗୋଟି ଗୋଟି କରି ଏହି କେନ୍ଦ୍ରଗୁଡ଼ିକୁ ଚିହ୍ନଟ କରିବା ସହିତ ଆକାଶ ମାର୍ଗରୁ ବୋମା ବର୍ଷଣ କରି ସେଗୁଡ଼ିକୁ ଧ୍ୱଂସ କରିଦେଇଛନ୍ତି। ଏସବୁ କମାଣ୍ଡ ସେଣ୍ଟର ଦକ୍ଷିଣ ବେରୁଟର ଦହିୟେ ଅଞ୍ଚଳରେ ରହିଥିଲା। ହିଜବୁଲ୍ଲାର ଗୁଇନ୍ଦା ଶାଖା ଏସବୁ ସାମରିକ ଆଦେଶ କେନ୍ଦ୍ରକୁ ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ ଯୋଜନା ଏବଂ କାର୍ଯ୍ୟକାରିତା ପାଇଁ ବ୍ୟବହାର କରୁଥିଲା ବୋଲି ଆଇଡିଏଫ୍ କହିଛି। ତେବେ ଏହି ଆକ୍ରମଣରେ କେତେ ଲୋକ ପ୍ରାଣ ହରାଇଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ୧୫ରୁ ଅଧିକ ଆହତ ହୋଇଥିବା କୁହାଯାଉଛି। ଆକ୍ରମଣ ପୂର୍ବରୁ ଜନସାଧାରଣକୁ ଯେପରି କୌଣସି ପ୍ରକାର କ୍ଷତି ନ ପହଞ୍ଚିବ ସେଥିଲାଗି ଅନେକ ପଦକ୍ଷେପ ନିଆଯାଉଥିବା ଆଇଡିଏଫ କହିଛି। ଅନ୍ୟପକ୍ଷେ ଇସ୍ରାଏଲ୍ ଆକ୍ରମଣର ପାଲଟା ଜବାବ ଦେବାକୁ ଯାଇ ହିଜବୁଲ୍ଲା ପକ୍ଷରୁ ଇସ୍ରାଏଲ୍ ମାଟିରେ ପ୍ରାୟ ୨୫୦ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା ଲେବାନନ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଇସ୍ରାଏଲ୍ ପକ୍ଷରୁ ମଧ୍ୟ ହିଜବୁଲ୍ଲା ଆକ୍ରମଣ ସମ୍ପର୍କରେ ସ୍ପଷ୍ଟ କରାଯାଇଛି। ଇସ୍ରାଏଲ ସେନା (ଆଇଡିଏଫ୍‌) ପକ୍ଷରୁ ଦିଆଯାଇଥିବା ପ୍ରତିକ୍ରିୟାରେ ହିଜବୁଲ୍ଲାର ପ୍ରୋଜେକ୍ଟାଇଲ୍ କ୍ଷେପଣାସ୍ତ୍ରଗୁଡ଼ିକ ମଧ୍ୟରୁ ଅଧିକ କ୍ଷେପଣାସ୍ତ୍ରକୁ ଆକାଶମାର୍ଗରେ ହିଁ ନଷ୍ଟ କରିଦିଆଯାଇଛି। ତେବେ କେତୋଟି କ୍ଷେପଣାସ୍ତ୍ର ଖାଲି ସ୍ଥାନରେ ହିଟ୍ ହୋଇଛି ଯେଉଁଥିରେ ୭ ଜଣ ଲୋକ ଆହତ ହୋଇଛନ୍ତି ଏବଂ କେତେକ ଘର ଭାଙ୍ଗିଛି। ପ୍ରକାଶ, ଗତ ସେପ୍େଟମ୍ବର ୨୪ରେ ଇସ୍ରାଏଲ ସେନା ହିଜବୁଲ୍ଲା ବିରୁଦ୍ଧରେ ଏୟାର ଷ୍ଟ୍ରାଇକ କରିବା ପରେ ଲେବାନନ ପଟୁ ଇସ୍ରାଏଲ୍ ଉପରେ ପ୍ରାୟ ୩୫୦ଟି କ୍ଷେପଣାସ୍ତ୍ର ଏକସଙ୍ଗେ ମାଡ଼ କରାଯାଇଥିଲା। ଲଞ୍ଚ କରିଥିଲା। ଇସ୍ରାଏଲ ବୈଦେଶିକ ମନ୍ତ୍ରାଳୟ ମଧ୍ୟ ଦୁଇଟି ଭିଡିଓ ପୋଷ୍ଟ କରି ହିଜବୁଲ୍ଲା କ୍ଷେପଣାସ୍ତ୍ର ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking