18.1 C
Bhubaneswar
Thursday, December 25, 2025
Homeଓଡିଶାବସ୍ତିରୁ  ୧୧୪ ପ୍ୟାକେଟ ବ୍ରାଉନ ସୁଗର ସହ ୪୦ କେଜି ଗଞ୍ଜେଇ ଜବତ

ବସ୍ତିରୁ  ୧୧୪ ପ୍ୟାକେଟ ବ୍ରାଉନ ସୁଗର ସହ ୪୦ କେଜି ଗଞ୍ଜେଇ ଜବତ

ରାଉରକେଲା:  ରାଉରକେଲାରେ ପ୍ଲାଣ୍ଟ  ସାଇଡ ଥାନା ଅଧୀନ ମୀନାପଡା ବସ୍ତି ଅଞ୍ଚଳରେ ଆଜି ସକାଳେ ଏକ ବଡ଼ ଧରଣର ଚଢ଼ାଉ ହୋଇଛି। ପ୍ରାୟ ୬ ଘଣ୍ଟାରୁ ଅଧିକ ସମୟ ପାଇଁ ବହୁ ଘରେ ହୋଇଥିଲା ଏହି ରେଡ। ରେଡ ଚାଲିଥିବା ବେଳେ ୬ ଲକ୍ଷ ମୂଲ୍ୟର ୧୧୪ ପ୍ୟାକେଟ ବ୍ରାଉନ୍ ସୁଗର ଓ ୪୦ କେଜି ଗଞ୍ଜେଇ ଓ ନଗଦ ୮୦ ହଜାର ଟଙ୍କା ଜବତ ହୋଇଛି। ଏହି ମାମଲାରେ ପୁଲିସ୍ ୪ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗତ କିଛି ବର୍ଷ ହେଲା ସହରର ପ୍ଲାଣ୍ଟ ସାଇଡ ଥାନା ଅଞ୍ଚଳରେ ବ୍ୟାପକ ପରିମାଣର ନିଶା କାରବାର ଚାଲିଥିବା ଅଭିଯୋଗ ହୋଇ ଆସୁଥିଲା।  ପୂର୍ବ ଯୋଜନା ମୁତାବକ ଆଜି ସକାଳ ପ୍ରାୟ ସାଢେ ୫ବେଳେ ସଶସ୍ତ୍ର ପୋଲିସ୍ ଫୋର୍ସ ଚଢ଼ାଉ ଆରମ୍ଭ କରିଥିଲେ । ଏହି ଚଢ଼ାଉରେ ରାଉରକେଲାର ୧୮ ଇନ୍ସପେକ୍ଟର, ୪ ଡିଏସପି , ଜଣେ ଆଡିସନାଲ ଏସ୍‌ପି, ତିନି ଜୋନ୍ ଡିଏସପିଙ୍କ ସମେତ ୬ ପ୍ଲାଟୁନ୍ ପୋଲିସ୍ ଫୋର୍ସ ସାମିଲ ହୋଇଥିଲେ। ସେମାନେ ଘର ପରେ ଘର ଉପରେ ଚଢ଼ାଉ କରି ଟିକିନିଖି ଛାନଭିନ କରିଥିଲେ। ଡଗ୍ ସ୍କ୍ୱାଡ୍ ଟିମ୍ ବି ଯାଞ୍ଚରେ ସାମିଲ ହୋଇଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking