ଭୁବନେଶ୍ୱର: ରାଜ୍ୟରେ ରହିଛନ୍ତି ୧୧ ହଜାର ୩୯୭ ଘରବାରି ଶୂନ୍ୟ ପରିବାର । ବିଧାନସଭାରେ ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଚିହ୍ନଟ ହୋଇଥିଲେ ୩୬ ହଜାର ୭୦୯ ଘର ବାରି ଶୂନ୍ୟ ପରିବାର । ବର୍ତ୍ତମାନ ସୁଦ୍ଧା ୨୫ ହଜାର ୩୧୨ ପରିବାରଙ୍କୁ ଦିଆଯାଇଛି ଘରଡିହ ପଟ୍ଟା । ସୂଚନାଥାଉକି, ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ସପ୍ତମ ଦିନ । ପ୍ରଶ୍ନକାଳ ଆରମ୍ଭରୁ ହିଁ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସରକାର ବିରୋଧୀ ନାରାବାଜି କରି ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଫଳରେ ଗୃହ ସ୍ୱାଭାବିକ ଭାବେ ଚାଲିପାରିନଥିଲା । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କରିଥିଲେ।










