29.1 C
Bhubaneswar
Wednesday, July 3, 2024
Homeଓଡିଶାବିଷାକ୍ତ ଛତୁ ଖାଇ ତିନୋଟି ପରିବାରର ୧୧ ଜଣ ଅସୁସ୍ଥ

ବିଷାକ୍ତ ଛତୁ ଖାଇ ତିନୋଟି ପରିବାରର ୧୧ ଜଣ ଅସୁସ୍ଥ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ପାର୍ତ୍ତିଗୁଡା ଗାଁରେ ଘଟିଛି ଅଘଟଣ । ବିଷାକ୍ତ ଛତୁ ଖାଇ ତିନୋଟି ପରିବାରର ୧୧ ଜଣ ଅସୁସ୍ଥ । ତେବେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅସୁସ୍ଥଙ୍କ ମଧ୍ୟରେ ୫ ଜଣ ମହିଳା ଏବଂ ୬ ଜଣ ଶିଶୁ ଥିବା ଜଣାପଡିଛି। ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ଜଙ୍ଗଲରୁ ଛତୁ ଆଣି ତିନୋଟି ପରିବାରର ଲୋକେ ତରକାରି କରି ଖାଇଥିଲେ। ଖାଇବାର କିଛି ସମୟ ପରେ ସମସ୍ତଙ୍କୁ ବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା। ଫଳରେ ୫ ଜଣ ମହିଳା ଏବଂ ୬ ଜଣ ଶିଶୁ ଅସୁସ୍ଥ ହୋଇପଡିଥିଲେ। ତେଣୁ ଗ୍ରାମବାସୀ ସମସ୍ତଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ୬ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଏହାପରେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ କାହିଁକି ଏପରି ଅଘଟଣ ଘଟିଲା ତାହାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking