25.9 C
Bhubaneswar
Saturday, April 11, 2026
Homeଓଡିଶାବିଷାକ୍ତ ଛତୁ ଖାଇ ତିନୋଟି ପରିବାରର ୧୧ ଜଣ ଅସୁସ୍ଥ

ବିଷାକ୍ତ ଛତୁ ଖାଇ ତିନୋଟି ପରିବାରର ୧୧ ଜଣ ଅସୁସ୍ଥ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ପାର୍ତ୍ତିଗୁଡା ଗାଁରେ ଘଟିଛି ଅଘଟଣ । ବିଷାକ୍ତ ଛତୁ ଖାଇ ତିନୋଟି ପରିବାରର ୧୧ ଜଣ ଅସୁସ୍ଥ । ତେବେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅସୁସ୍ଥଙ୍କ ମଧ୍ୟରେ ୫ ଜଣ ମହିଳା ଏବଂ ୬ ଜଣ ଶିଶୁ ଥିବା ଜଣାପଡିଛି। ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ଜଙ୍ଗଲରୁ ଛତୁ ଆଣି ତିନୋଟି ପରିବାରର ଲୋକେ ତରକାରି କରି ଖାଇଥିଲେ। ଖାଇବାର କିଛି ସମୟ ପରେ ସମସ୍ତଙ୍କୁ ବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା। ଫଳରେ ୫ ଜଣ ମହିଳା ଏବଂ ୬ ଜଣ ଶିଶୁ ଅସୁସ୍ଥ ହୋଇପଡିଥିଲେ। ତେଣୁ ଗ୍ରାମବାସୀ ସମସ୍ତଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ୬ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଏହାପରେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ କାହିଁକି ଏପରି ଅଘଟଣ ଘଟିଲା ତାହାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking