25.1 C
Bhubaneswar
Sunday, February 22, 2026
Homeଦେଶ ବିଦେଶଛତିଶଗଡ଼ରେ ୧୧ନକ୍ସଲଙ୍କ ଆତ୍ମସମର୍ପଣ

ଛତିଶଗଡ଼ରେ ୧୧ନକ୍ସଲଙ୍କ ଆତ୍ମସମର୍ପଣ

ରାୟପୁର: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ସକ୍ରିୟ ଥିବା ନକ୍ସଲ ସଂଗଠନକୁ ଶକ୍ତ ଧକ୍କା ଲାଗିଛି। ସମାଜର ବିକାଶ ଧାରାରେ ସାମିଲ ହେବା ପାଇଁ ସରକାର ଦେଉଥିବା ନାରାରେ ଅନୁପ୍ରାଣିତ ହୋଇ ୭ ମହିଳା ନକ୍ସଲଙ୍କୁ ମିଶାଇ ପ୍ରାୟ ୧୧ଜଣ ହାର୍ଡକୋର ନକ୍ସଲ ହିଂସାମାର୍ଗ ଛାଡି ଶୁକ୍ରବାର ଆତ୍ମସମର୍ପଣ କରିଛନ୍ତି। ଏମାନେ ମିଳିତ ଭାବେ ବିଏସ୍‌ଏଫ୍ ଏବଂ ଆଇଟିବିପି ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ଏହି ୧୧ ନକ୍ସଲଙ୍କ ମୁଣ୍ଡ ଉପରେ ମୋଟାମୋଟି ୪୦ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା। ନାରାୟଣପୁର ପୋଲିସ ଏସ୍‌ଏସ୍‌ପି ପ୍ରଭାତ ଏସମ୍ପର୍କରେ ସୂଚନା ଦେଇଛନ୍ତି।
ଏସ୍‌ଏସ୍‌ପି କହିଛନ୍ତି ଯେ ସମସ୍ତ ଆତ୍ମସମର୍ପଣକାରୀ ବସ୍ତର ଡିଭିଜନର ନକ୍ସଲ କ୍ୟାଡର। ଏମାନଙ୍କ ମଧ୍ୟରୁ ସାନୁ ଓରଫ ମହେଶ ଉପେଣ୍ଡି (୩୮) ଏବଂ ସନ୍ତୁ ଓରଫ ବଦ୍ରୁ ୱାଦାଦା (୩୫)ଙ୍କ ମୁଣ୍ଡ ଉପରେ ୮ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା।

ଅନ୍ୟପକ୍ଷେ ଆତ୍ମସମର୍ପଣ କରିଥିବା ନକ୍ସଲମାନେ କହିଛନ୍ତି ଯେ ନିରୀହ ଆଦିବାସୀ ଲୋକଙ୍କୁ ଶୋଷଣ ସହିତ ମାଓବାଦୀଙ୍କ ଅମାନବୀୟ ଏବଂ ଫମ୍ପା ଚିନ୍ତାଧାରା ପ୍ରତି ସେମାନେ ହତାଶ ହୋଇପଡିଛନ୍ତି। ସେହିପରି ଜାଲକୋ କୋର୍ମା (୩୬)ଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଚାରି ଜଣ ସଦସ୍ୟଙ୍କ ପାଇଁ ପ୍ରତ୍ୟେକଙ୍କ ମୁଣ୍ଡ ଉପରେ ୩ ଲକ୍ଷ ଟଙ୍କା ଏବଂ ଦୁଇ ଜଣ ସଦସ୍ୟଙ୍କ ମୁଣ୍ଡ ଉପରେ ୨ ଲକ୍ଷ ଟଙ୍କା ପୁରସ୍କାର ଥିଲା। ନକ୍ସଲମାନଙ୍କୁ ଆତ୍ମସମର୍ପଣ କରାଇବାରେ ନାରାୟଣପୁର ପୋଲିସ ଏବଂ ଆଇଟିବିପି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲମାନେ କହିଛନ୍ତି ଯେ ନିରୀହ ଆଦିବାସୀ ଲୋକଙ୍କୁ ଶୋଷଣ ସହିତ ମାଓବାଦୀଙ୍କ ଅମାନବୀୟ ଏବଂ ଫମ୍ପା ଚିନ୍ତାଧାରା ପ୍ରତି ସେମାନେ ହତାଶ ହୋଇପଡିଛନ୍ତି। ଅନ୍ୟପକ୍ଷେ ଆତ୍ମସମର୍ପଣକାରୀ ନକ୍ସଲଙ୍କୁ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ ପ୍ରତ୍ୟେକଙ୍କୁ ୨୫୦୦୦ ଟଙ୍କା ଲେଖାଏ ଦିଆଯାଇଛି। ଗତ ବର୍ଷ ବସ୍ତର ଅଞ୍ଚଳରେ ୭୯୨ ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking