22.1 C
Bhubaneswar
Friday, December 5, 2025
Homeଓଡିଶାଦୃଷ୍ଟିବାଧିତ ଓଡିଆ କ୍ରିକେଟରଙ୍କୁ ୧୧ ଲକ୍ଷ

ଦୃଷ୍ଟିବାଧିତ ଓଡିଆ କ୍ରିକେଟରଙ୍କୁ ୧୧ ଲକ୍ଷ

ଭୁବନେଶ୍ୱର: ଆଜି ଓଡିଶା ଫେରିଛନ୍ତି ବିଶ୍ୱବିଜେତା ଖେଳାଳି । ଭୁବନେଶ୍ୱର ପହଞ୍ଚିବା ପରେ ଦୃଷ୍ଟିବାଧିତ ଓଡିଆ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଟି – ୨୦ ବିଶ୍ୱକପ୍ ଭାରତୀୟ ଦଳରେ ଥିଲେ ୪ ଓଡିଆ । ମହିଳା ଟି ଟ୍ୱେଣ୍ଟି ଦୃଷ୍ଟିବାଧିତା ବିଶ୍ୱକପ୍ ବିଜୟୀ ଓଡିଆ ଖୋଳାଳିଙ୍କୁ ସମ୍ବର୍ଦ୍ଧନା । ୪ ଦୃଷ୍ଟିବାଧିତ କ୍ରିକେଟରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୪ କ୍ରିକେଟରଙ୍କୁ ୧୧ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । ଫୁଲ ସୋରେନ୍‌, ବାସନ୍ତୀ ହାଁସଦା, ଯମୁନାରାଣୀ ଟୁଡୁ, ପାର୍ବତୀ ମାରାଣ୍ଡିଙ୍କୁ ମିଳିଲା ପୁରସ୍କାର । ଖେଳାଳିଙ୍କ ଦୃଢ ନିଷ୍ଠା ଓ ଉଲ୍ଲେଖନୀୟ ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା । ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ପ୍ରତ୍ୟେକ ଓଡିଆଙ୍କ ପାଇଂ ଆପଣମାନେ ପ୍ରେରଣା । ଆତ୍ମବିଶ୍ୱାସର ସହ ଆଗକୁ ଏହି ବିଜୟ ଯାତ୍ରା ଜାରି ରହୁ । ସୂଚନାଯୋଗ୍ୟ ଗତ ନଭେମ୍ବର ୨୩ ତାରିଖରେ କଲମ୍ବୋରେ ଅନୁଷ୍ଠିତ ପ୍ରଥମ ଥର ପାଇଁ ଦୃଷ୍ଟିହୀନ ମହିଳା ଟି-୨୦ ବିଶ୍ୱକପ୍ ଜିତି ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ୍ ଦଳ ଇତିହାସ ରଚିଥିଲେ । ଫାଇନାଲରେ ନେପାଳକୁ ସାତ ୱିକେଟରେ ପରାସ୍ତ କରି ଭାରତୀୟ ଦଳ କପ୍ ଜିତିଥିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking