27.1 C
Bhubaneswar
Friday, December 19, 2025
Homeଓଡିଶା୧0ମ ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକମେଳା ଉଦଘାଟିତ

୧0ମ ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକମେଳା ଉଦଘାଟିତ

ଯାଜପୁର: ଗୁରୁବାର ୧0 ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳାକୁ ଚୋରଦା କାଳି ମେଳଣ ପଡିଆ ଠାରେ ଯାଜପୁର ଜିଲାପାଳ ଶ୍ରୀଯୁକ୍ତ ଅମ୍ବର କୁମାର କର ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଆଜିର ଡିଜିଟାଲ ଯୁଗରେ ମୋବାଇଲ, ଇଣ୍ଟରନେଟ ପ୍ରତି ଯୁବ ପିଢ଼ି ବିଶେଷ ଭାବରେ ଆକୃଷ୍ଟ ହେଉଛନ୍ତି | କିନ୍ତୁ ଇଣ୍ଟରନେଟ ପୁସ୍ତକର ବିକଳ୍ପ ହୋଇପାରିବନାହିଁ | ପୁସ୍ତକଟିଏ ପଢିଲେ ମଣିଷର ଜୀବନର ଗତିପଥରେ ଅନେକ ପରିବର୍ତ୍ତନ ଆସିଥାଏ | ଯାଜପୁର ର ରୁଚି ସାହିତ୍ୟ କୁ ଏହି ପୁସ୍ତକ ମେଳା ଉଦୁ ଯାପିତ କରୁଛି l ଯାଜପୁର ମାଟି ଜ୍ଞାନ, ଗାରିମା ସାହିତ୍ୟ କଳା ସଂକୃତି ଅତି ହାସିକ ଓ ଗୌରବର ମାଟି ବୋଲି ଜିଲ୍ଲାପାଳ ଶ୍ରୀ କର ବକ୍ତବ୍ୟରେ କହିଥିଲେ | ମୁଖ୍ୟ ବକ୍ତା ଭାବେ ଯାଜପୁର ଜିଲ୍ଲା ଲେଖକ ସମ୍ମିଳନୀର ସଭାପତି ଡ଼କ୍ଟର ରୁଦ୍ରନାରାୟଣ ପୃଷ୍ଟି ଯୋଗଦେଇ ବେଦ ଉପନିଷଦ, ଶିଳାଲିପି,ତାଳପତ୍ର ପୋଥି,ପୁସ୍ତକରୁ ଆରମ୍ଭ ହୋଇ ଗୁଗୁଲ ଯୁଗରେ ଆମେ ପହଞ୍ଚିଥିଲେ ମଧ୍ୟ ପୁସ୍ତକର ସ୍ଥାନ କେହି ନେଇପାରିବେ ନାହିଁ | ସମ୍ମାନିତ ଅତିଥିଭାବେ କଳିଙ୍ଗନଗର ପୁସ୍ତକ ମେଳା କମିଟିର ଅଧକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ଯୋଗ ଦେଇ ପୁସ୍ତକର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ | ପୁସ୍ତକ ମେଳା କମିଟିର ସଭାପତି ବିଦ୍ୟାଧର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସାଧାରଣ ସମ୍ପାଦକ କୁଶଚନ୍ଦ୍ର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ | ସମ୍ପାଦକ ପବିତ୍ର ରଞ୍ଜନ ମହାନ୍ତି ଅତିଥି ମଞ୍ଚ ନିମନ୍ତ୍ରଣ କରିଥିବା ବେଳେ ଉପଦେଷ୍ଟା ଅଭିମନ୍ୟୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ | ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଉପଦେଷ୍ଟା ସବିତା ରାଉତ,କାର୍ଯକାରୀ ସଭାପତି ବିବେକାନନ୍ଦ ମହାନ୍ତି,ଉପସଭାପତି ହୃଷିକେଶ ସାହୁ, ଉପଦେଷ୍ଟା ଚନ୍ଦ୍ରମଣି ସାମଲ, ମଧୁସୂଦନ ମହାପାତ୍ର, ଡ଼ ଅକ୍ଷୟ କୁମାର ପଣ୍ଡା, ଅଜୟ କୁମାର ପଣ୍ଡା, ଅକ୍ଷୟ କୁମାର ଦେଓ, ପ୍ରମୋଦ ବୋଇତାଇ,ସୁନୀଲ ଗୁପ୍ତା, ପ୍ରଦ୍ୟୁମ୍ନ ବୋଇତାଇ, ପ୍ରଶାନ୍ତ କୁମାର ପାତ୍ରଙ୍କ ସହ ବୋହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଥିଲେ | ସରସ୍ବତୀ cବିଦ୍ୟାମନ୍ଦିର, ମଧୁସୂଦନ ନଗରର ଛାତ୍ରୀ ଛାତ୍ରଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରିବା ସହ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | 30ରୁ ଉର୍ଦ୍ଧ ଵୁକ୍ ସ୍ଟଲ କୁ ଜିଲ୍ଲା ବୁଲି ଦେଖିବା ସହିତ ସ୍ପସନ୍ଦ ର ବହି କିଣି ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking