27.1 C
Bhubaneswar
Friday, June 28, 2024
Homeଓଡିଶାଦଶମ ଆନ୍ତର୍ଜାତୀୟ ଯୋଗ ଦିବସ ମହାସମାରୋହରେ ପାଳିତ

ଦଶମ ଆନ୍ତର୍ଜାତୀୟ ଯୋଗ ଦିବସ ମହାସମାରୋହରେ ପାଳିତ

ଯାଜପୁର : ଶୁକ୍ରବାର ଦଶମ ଆନ୍ତର୍ଜାତୀୟ ଯୋଗ ଦିବସ ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ କ୍ରୀଡା ପ୍ରାଙ୍ଗଣରେ ମହାସମାରୋହରେ ପାଳିତ ହୋଇଯାଇଛି। ନିତ୍ଯ ଯୋଗ କକ୍ଷ ଓ ଆଦର୍ଶ ଯୋଗ କକ୍ଷ , ତଥା ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଏହି ଯୋଗ ମହୋତ୍ସବକୁ ମୁଖ୍ୟ ଅତିଥି କୋରାଇ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସ ନାୟକ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ । ଆରମ୍ଭରେ ଅଳ୍ପ ସମୟ ପାଇଁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଏନ୍ ସି ସି ଅଫିସର କ୍ଯାପ୍ଟେନ୍ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ହିମାଂଶୁ ଶେଖର ଦ୍ବିବେଦୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପତଞ୍ଜଳୀ ଯୋଗ ସମିତିର ଯାଜପୁର ଜିଲ୍ଲା ପ୍ରଭାରୀ ଗଣିତ ବିଭାଗର ଅଧ୍ୟାପକ ଶ୍ରୀ ବିବେକାନନ୍ଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ସକାଳ ୭.୦୦ ଟା ସମୟରେ ଯୋଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଦର୍ଶ ଯୋଗ କକ୍ଷ ର ବରିଷ୍ଠ ଯୋଗ ପ୍ରଶିକ୍ଷକ ଶ୍ରୀଯୁକ୍ତ ବଟକୃଷ୍ଣ ପ୍ରଧାନ ଓ ନିତ୍ୟ ଯୋଗ କକ୍ଷ ର ବରିଷ୍ଠ ଯୋଗ ପ୍ରଶିକ୍ଷକ ଶ୍ରୀଯୁକ୍ତ ବିଭୀଷଣ ନାୟକ ଉପସ୍ଥିତ ଥିବା ସମସ୍ତଙ୍କୁ ଯୋଗ କରାଇଥିଲେ। ସ୍ବୟଂ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଆକାଶ ଦାସ ନାୟକ ସମସ୍ତଙ୍କ ସହିତ ମିଶି ଦୀର୍ଘ ୩୦ ମିନିଟ୍ ଧରି ଯୋଗ କରିଥିଲେ। ସୂର୍ଯ୍ୟ ନମସ୍କାର, ବଜ୍ରାସନ,ଶଶକାସନ,ତ୍ରୀକୋଣାସନ ପ୍ରଭୃତି ବିଭିନ୍ନ ଆସନ ଏବଂ କପାଳ ଭାରତୀ,ଅନୁଲୋମ ବିଲୋମ ପ୍ରଭୃତି ନାନାଦି ପ୍ରାଣାୟାମ ବିଷୟରେ ପ୍ରଶିକ୍ଷକ ଦ୍ବୟ ଯୋଗ ଦିବସ ରେ ଅଂଶ ଗ୍ରହଣ କରିଥିବା ସଭ୍ୟ ସଭ୍ଯା ମାନଙ୍କୁ ଶିକ୍ଷା ଦେଇଥିଲେ। ଏଥିରେ ନିତ୍ୟ ଯୋଗ କକ୍ଷ ର ୫୦ ଜଣ,ଆଦର୍ଶ ଯୋଗ କକ୍ଷ ର ୩୦ ଜଣ , ଚିତାଳ ମହାବିଦ୍ୟାଳୟ ର ୪୦ ଜଣ ଏନ୍ ସି ସି କ୍ୟାଡେଟ, ଆନନ୍ଦପୁର ମହାବିଦ୍ୟାଳୟ ର ୪୫ ଜଣ କ୍ୟାଡେଟ,ଦେବ ଇଣ୍ଟରନେସ୍ନାଲ ସ୍କୁଲ ର ୨୦ ଜଣ କ୍ୟାଡେଟ, ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ର ୧୪୫ ଜଣ ଏନ୍ ସି ସି କ୍ୟାଡେଟ ଓ ୫୦ ଜଣ ଅଧ୍ୟାପକ ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀ ଏବଂ ୨୦ ଜଣ ଅନ୍ୟାନ୍ୟ ଛାତ୍ରଛାତ୍ରୀ ଓ ନାଗରିକ ଏହିପରି ୪୦୦ ଜଣ ସଭ୍ୟ ସଭ୍ଯା ଅଂଶ ଗ୍ରହଣ କରିଥିଲେ। ଯୋଗ ଶିକ୍ଷା ପରେ ଯୋଗ ଦିବସ ଉପଲକ୍ଷେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା ବକ୍ତୃତା, ଚିତ୍ରାଙ୍କନ,ପ୍ରବନ୍ଧ, ପୋଷ୍ଟର ମେକିଙ୍ଗ ଓ ସ୍ଲୋଗାନ ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ସଂପୂର୍ଣ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ନିତ୍ୟ ଯୋଗ କକ୍ଷ ର ଦିଲିପ୍ କୁମାର ଦଳାଇ, କାମଦେବ ଦାଶ,ବିଜୟ କୁମାର ବେହେରା ବସନ୍ତ କୁମାର ଚୈଧୁରୀ, ସମରେନ୍ଦ୍ର ଜେନା,ତାପସ ଚୈଧୁରୀ,ରାଜେଶ ପତି, ସି ଏଚ୍ ସ୍ରିନୁ,ସନ୍ତୋଷ ସାହୁ, ସରୋଜ ପାତ୍ର, ସନ୍ତୋଷ ପାତ୍ର, ରବିନ କୁମାର ପଣ୍ଡା,ବିଜୟ କୁମାର ନାଥଶର୍ମା, ସୁରେନ୍ଦ୍ର ନାୟକ,ପିତବାସ ସାହା,ଅଲେଖ ଜେନା, ନରେନ୍ଦ୍ର ଦାଶ, ଅନିରୁଦ୍ଧ ରାଉତ, ରଶ୍ମି ସାହୁ, ରଶ୍ମି ରଞ୍ଜନ ରାଉତ,ସୁବଳ ସେନାପତି,ପ୍ରଭାଶ ରାଉତ,ଶ୍ରୀଧର ବେହେରା ଓ ଆଦର୍ଶ ଯୋଗ କକ୍ଷ ର ଆଇନ ଜୀବି ଶ୍ରୀଯୁକ୍ତ ବିବେକାନନ୍ଦ ମହାନ୍ତି, ଭାରତ ସ୍ବାଭିମାନ ଟ୍ରଷ୍ଟ ର ଜିଲ୍ଲା କାର୍ଯ୍ୟାଳୟ ପ୍ରଭାରୀ ଶ୍ରୀଯୁକ୍ତ ମହେଶ୍ଵର ପ୍ରଧାନ, ଶ୍ରୀଯୁକ୍ତ ଞ୍ଜାନରଞ୍ଜନ ରାଉତ ଓ ଜିଲ୍ଲା ମଡିଆ ପ୍ରଭାରୀ ଶ୍ରୀଯୁକ୍ତ ପ୍ରସନ୍ନ ସାହୁ ସାହାଯ୍ୟ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking