19.1 C
Bhubaneswar
Friday, February 13, 2026
Homeଦେଶ ବିଦେଶପାକିସ୍ତାନରେ ୧୦୨ ସୈନିକ ମୃତ

ପାକିସ୍ତାନରେ ୧୦୨ ସୈନିକ ମୃତ

ନୂଆଦିଲ୍ଲୀ: ପାକିସ୍ତାନରେ ୧୦୨ ସୈନିକ ମୃତ । ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ହିଂସାତ୍ମକ ଆନ୍ଦୋଳନ ଦିନକୁ ଦିନ ବଢ଼ିବାରେ ଲାଗିଛି। ସେଠାରେ ସକ୍ରିୟ ଥିବା ବେଲୁଚ ଲିବରେସନ ଆର୍ମି(ବିଏଲ୍‌ଏ) ଗତକାଲି ରାତିରେ ପ୍ରଦେଶର ବିଭିନ୍ନ ସ୍ଥାନରେ ଭୟଙ୍କର ଆକ୍ରମଣ କରି ୧୦୨ ଜଣ ପାକିସ୍ତାନ ସୈନିକଙ୍କୁ ହତ୍ୟା କରିଛି। ବିଏଲ୍‌ଏ ଏଥିପାଇଁ ନିଜକୁ ଦାୟୀ କରିଛି। ବେଲା ଅଞ୍ଚଳର ମୁଖ୍ୟ ସେନା କ୍ୟାମ୍ପ ସମେତ ବିଭିନ୍ନ ସ୍ଥାନରେ ବିଏଲ୍‌ଏ ବ୍ୟାପକ ଓ ବଡ଼ଧରଣର ଆକ୍ରମଣ କରିଛି। ସେଥିରେ ଆତ୍ମଘାତୀ ଆକ୍ରମଣ ମଧ୍ୟ ସାମିଲ ରହିଛି। ‘ଫିଦା‌ୟିନ୍‌ ଅପରେସନ୍ ହିରୋଅଫ’ ଅର୍ଥାତ୍‌ ‘ସବୁପଟୁ ଝଡ଼’ ବେଲୁଚିସ୍ତାନ ସାରା କରାଯାଇଛି ବୋଲି ବିଏଲ୍‌ଏ ପ୍ରବକ୍ତା ଜିୟାନ୍ଦ ବେଲୁଚ୍‌ ଏକ ବିବୃତିରେ କହିଛନ୍ତି। ଏହି ଆକ୍ରମଣର ଅଂଶ ଭାବେ ବିଏଲ୍‌ଏର ପ୍ରମୁଖ ୟୁନିଟ୍‌ ମଜିଦ୍‌ ବ୍ରିଗେଡ୍‌ ପକ୍ଷରୁ ବେଲାର ମୁଖ୍ୟ ସେନା ଶିବିରରେ ଫିଦାୟିନ୍‌ ବା ଆତ୍ମଘାତୀ ଆକ୍ରମଣ ସଫଳତାର ସହ କରାଯାଇଛି। ଏଥିସହିତ ବିଏଲ୍‌ଏର ଆକ୍ରମଣକାରୀମାନେ ବେଲୁଚିସ୍ତାନର ସମସ୍ତ ପ୍ରମୁଖ ରାଜପଥକୁ ନିଜ ନିୟନ୍ତ୍ରଣକୁ ନେବା ସହିତ ସେଗୁଡ଼ିକୁ ସଂପୂର୍ଣ୍ଣ ଭାବେ ବନ୍ଦ କରି ରଖିଥିଲେ। ତେବେ ଜିୟାନ୍ଦଙ୍କ ପକ୍ଷରୁ ବିସ୍ତୃତ ସୂଚନା ଏ ନେଇ ଦିଆଯାଇ ନାହିଁ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking