33.1 C
Bhubaneswar
Wednesday, March 25, 2026
Homeଓଡିଶା୩ କିଲୋ ଆଳୁକୁ ୧୦୦ ଟଙ୍କା

୩ କିଲୋ ଆଳୁକୁ ୧୦୦ ଟଙ୍କା

ଭୁବନେଶ୍ବର : ଏବେ ରାଜ୍ୟରେ ଆଳୁ ଦର ତଳମୁହାଁ ହେଉନଥିବାରୁ ଏହାକୁ ନେଇ ସମସ୍ତ ପ୍ରଚେଷ୍ଟା ଜାରି ରଖିଛନ୍ତି ସରକାର । ତେବେ ଆଳୁ ସଙ୍କଟ ଭିତରେ ଖାଉଟିଙ୍କ ପାଇଁ ଭଲ ଖବର। ୧୦୦ ଟଙ୍କାରେ ମିଳୁଛି ୩ କିଲୋ ଆଳୁ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଠାରେ ଭୁବନେଶ୍ୱରର ବିଭିନ୍ନ ଡିଲର ମାନଙ୍କୁ ଆଳୁ ଦେବା ଆରମ୍ଭ ହୋଇଛି। ଏମାନେ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ମାଧ୍ୟମରେ ସାଧାରଣ ଲୋକଙ୍କୁ ଆଳୁ ବିକ୍ରି କରୁଛନ୍ତି। ସରକାରୀ ଖୁଚରା ବିକ୍ରିୟ କେନ୍ଦ୍ରରୁ ଆଳୁ ନେବା ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି। ଘର ପିଛା ୩ କିଲୋ ଆଳୁ ଦିଆଯାଉଛି। ଦୀର୍ଘ ଦିନ ହେବ ରାଜ୍ୟରେ ଆଳୁ ସଙ୍କଟ ଦେଖିବାକୁ ମିଳିଥିବା ବେଳେ ଆଜିଠାରୁ ସରକାର ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking