27.1 C
Bhubaneswar
Tuesday, January 13, 2026
Homeଖେଳଗୁଲବୀର ସିଂହଙ୍କୁ ୧୦ ହଜାର ମିଟର ସ୍ୱର୍ଣ୍ଣ

ଗୁଲବୀର ସିଂହଙ୍କୁ ୧୦ ହଜାର ମିଟର ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ବ୍ରୋଞ୍ଜ୍ ବିଜେତା ଗୁଲବୀର ସିଂହ ଶନିବାର ୧୦ ହଜାର ମିଟର ରେସ୍‌ରେ ନିଜ ଜାତୀୟ ରେକର୍ଡରେ ସୁଧାର କରି ଜାପାନର ହାଚିଓଜି ଲଙ୍ଗ୍ ଡିଷ୍ଟାନ୍ସ ମିଟ୍‌ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୨୬ ବର୍ଷୀୟ ଗୁଲ୍‌ବୀର ୨୭ ମିନିଟ୍ ୧୪.୮୮ ସେକେଣ୍ଡ୍ ସମୟ ଏହି ରେସ୍ ଅତିକ୍ରମ କରି ପ୍ରଥମ ସ୍ଥାନ ହାସଲ କରିଛନ୍ତି। ପୂର୍ବରୁ ଏହି ଇଭେଣ୍ଟ୍‌ରେ ତାଙ୍କ ଜାତୀୟ ରେକର୍ଡ ୨୭:୪୧.୮୧ ସେକେଣ୍ଡ୍ ଥିଲା। ଚଳିତ ବର୍ଷ ମାର୍ଚ୍ଚ ୧୬ରେ ଆମେରିକାର ସାନ୍ ଜୁଆନ୍ ସେ ଏହି ରେକର୍ଡ ସ୍ଥାପନ କରିଥିଲେ। ଗତବର୍ଷ ଚୀନ୍‌ର ହାଙ୍ଗ୍‌ଝୁରେ ଅନୁଷ୍ଠିତ ଏସିଆନ୍ ଗେମ୍ସରେ ଗୁଲବୀର ୨୮:୧୭.୨୧ ସେକେଣ୍ଡ୍ ସମୟ ସହ ବ୍ରୋଞ୍ଜ୍ ପଦକ ଜିତିଥିଲେ। ତାଙ୍କ ନାମରେ ଏବେ ଉଭୟ ୫ ହଜାର ଓ ୧୦ ହଜାର ମିଟରର ଜାତୀୟ ରେକର୍ଡ ରହିଛି। ସେପ୍ଟେମ୍ବରରେଌାପାନ ଆଥ୍‌ଲେଟିକ୍ସ ମିଟ୍‌ରେ ସେ ୧୩:୧୧.୮୨ ସେକେଣ୍ଡ୍ ସହ ନିଜ ୫ ହଜାର ମିଟର ଜାତୀୟ ରେକର୍ଡ ସମୟରେ ମଧ୍ୟ ସୁଧାର କରିଥିଲେ। ଏହା ସତ୍ତ୍ୱେ ପ୍ୟାରିସ୍ ଅଲିମ୍ପିକ୍ ଯୋଗ୍ୟତା ଅର୍ଜନ କରିପାରି ନଥିଲେ। ଏଥିପାଇଁ ଯୋଗ୍ୟତା ମାର୍କ ୨୭ ମିନିଟ୍ ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking