ଖଣ୍ଡଗିରି: ଖଣ୍ଡଗିରି ମେଳାରେ ମୁତୟନ ହେବେ ୧୦ ପ୍ଲାଟୁନ ଫୋର୍ସ । ସୁରକ୍ଷା ବ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି ଏସିପି ତାପସ ପ୍ରଧାନ । ଏସିପି ସୂଚନା ଦେଇ କହିଛନ୍ତି ଯେ ଜଣେ ଡିସିପି, ଜଣେ ଏସିପି, ୩ ଇନ୍ସପେକ୍ଟରଙ୍କ ସହ ୨୭ ଅଫିସର ମେଳା ଜଗିବେ । ସାଦା ପୋଷାକଧାରୀ ଗୋଟିଏ ପ୍ଲାଟୁନ ଭିଡ ସ୍ଥାନରେ ପଇଁତରା ମାରିବେ । ଖଣ୍ଡଗିରି ଓ ଉଦୟଗିରି ପାହାଡ ଉପରେ ସିସିଟିଭି ବନ୍ଦୋବସ୍ତା କରାଯାଇଛି । ଜୟଦେବ ବାଟିକାରେ ମଧ୍ୟ ଅପରାଧିକ ତତ୍ତ୍ୱ ଉପରେ ନଜର ରଖିବାକୁ ବ୍ୟବସ୍ଥା । ସେପଟେ ଖଣ୍ଡଗିରି ଯାତ୍ରା ପାଇଁ ଯାତ୍ରା କମିଟିମାନଙ୍କୁ ନୋଟିସ୍ ଜାରି କରିଛି କମିଶନରେଟ୍ ପୋଲିସ । ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୧୪ଟି ନିୟମ ଜାରି କରିଛି ଖଣ୍ଡଗିରି ପୋଲିସ ।










