ସୁନ୍ଦରଗଡ: ଶାନ୍ତିଶଙ୍ଖଳା ରଖିବାକୁ ଅପିଲ୍ କଲେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ । ସୁନ୍ଦରଗଡ ସହରରେ ଗୋଷ୍ଠୀ ସଂଘର୍ଷକୁ ନେଇ ଡିଆଇଜିଙ୍କ ଅପିଲ୍ । ଅପିଲ୍ କରି ଡିଆଇଜି କହିଛନ୍ତି ଯେ ସ୍ଥିତିକୁ ଦେଖି ୧୦ ପ୍ଲାଟୁନ୍ ଫୋର୍ସ ବ୍ୟବସ୍ଥା କରାଯାଇଛି । ଶାନ୍ତି କମିଟି ବୈଠକ ଡାକି ସମାଧାନ କରିବାକୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛି । ଇଣ୍ଟରନେଟ୍ ବାବଦରେ ଜିଲ୍ଲାପାଳ, ଏସ୍ପି ବିଚାରବିମର୍ଶ କରୁଛନ୍ତି । ଟେକାପଥର ମାଡରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।










