35.1 C
Bhubaneswar
Wednesday, April 1, 2026
Homeଦେଶ ବିଦେଶ୨୪ ଘଣ୍ଟାରେ ୧୦ ବିମାନକୁ ବୋମା ଧମକ; ସପ୍ତାହରେ ୭୦ ‘ହୋକ୍ସ କଲ୍‌’

୨୪ ଘଣ୍ଟାରେ ୧୦ ବିମାନକୁ ବୋମା ଧମକ; ସପ୍ତାହରେ ୭୦ ‘ହୋକ୍ସ କଲ୍‌’

ନୂଆଦିଲ୍ଲୀ: ଗତ ଏକ ସପ୍ତାହ ମଧ୍ୟରେ ଅନେକ ଭାରତୀୟ ବିମାନ ଚଳାଚଳକୁ ବୋମା ଧମକ ମିଳିସାରିଲାଣି। କୁହାଯାଉଛି ଏହି ଏକ ସପ୍ତାହ ମଧ୍ୟରେ ପ୍ରାୟ ୭୦ଟି ହୋକ୍ସ କଲ୍ (ଫେକ୍ କଲ୍‌) ଆସିଥିବା ବେଳେ ଏସବୁରେ ବୋମା ଧମକ ହିଁ ଦିଆଯାଇଛି। ତେବେ କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୧୦ରୁ ଅଧିକ ବିମାନକୁ ଧମକ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ଇଣ୍ଡିଗୋ ଏବଂ ଆକାସା’ ଭଳି ବିମାନ କମ୍ପାନୀଙ୍କୁ ୫-୫ ଥର ବୋମା ଧମକ ମିଳିଥିବା ବେଳେ ଭିସ୍ତାରାର ୩ଟି ବିମାନ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସର ଗୋଟିଏ ବିମାନକୁ ମଧ୍ୟ ଟାର୍ଗେଟ୍ କରାଯାଇଥିଲା। ତେବେ ଏସବୁ ବୋମା ଧମକ ପୂର୍ଣ୍ଣ କଲ୍ ଆସିବା ପରେ କରାଯାଇଥିବା ଯାଞ୍ଚରେ କିନ୍ତୁ ବିମାନରୁ ସେପ୍ରକାର କୌଣସି ସନ୍ଦେହଜନକ ସାମଗ୍ରୀ ମିଳିନାହିଁ। କିଏ ଏପ୍ରକାର ଖେଳ ଖେଳୁଛି, କେଉଁଠୁ ଏପ୍ରକାର କଲ୍ ଆସୁଛି ଏନେଇ ତଦନ୍ତ ଚାଲିଥିଲେ ମଧ୍ୟ କୌଣସି ସୁରାଗ ମିଳିପାରୁନାହିଁ। କିନ୍ତୁ ଏପ୍ରକାର ହୋକ୍ସ କଲ୍‌କୁ ନେଇ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନେ ଭୟଭୀତ ହୋଇପଡୁଥିବା ଦେଖିବାକୁ ମିଳୁଛି। ଦେଶର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଅନୁସାରେ ଏପ୍ରକାର ଗୋଟିଏ ହୋକ୍ସ କଲ୍ ଦ୍ୱାରା ଏକ ବିମାନ କମ୍ପାନୀକୁ ପ୍ରାୟ ୩ କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking