ଭୁବନେଶ୍ୱର: ରାଜ୍ୟରେ ବଢୁଛି ଶୀତ । ୧୦ ଡିଗ୍ରୀ ତଳେ ରାଜ୍ୟର ୧୦ ସହର । ୧୫ ଡିଗ୍ରୀ ତଳେ ଆଉ ୧୫ ସହରର ତାପମାତ୍ରା ରହିଛି । ପ୍ରବଳ ଶୀତରେ ଥରୁଛି ଜି. ଉଦୟଗିରି । ଜି. ଉଦୟଗିରିରେ ତାପମାତ୍ରା ୪.୪ ଡିଗ୍ରୀ ରହିଛି । ସେମିଳିଗୁଡାରେ ୬.୧ ଡିଗ୍ରୀ, ରାଉରକେଲାରେ ୭.୨ ଡିଗ୍ରୀ, ଦାରିଙ୍ଗିବାଡିରେ ୭.୫ ଡିଗ୍ରୀ ଝାରସୁଗୁଡାରେ ୭.୬ ଡିଗ୍ରୀ, ଫୁଲବାଣୀରେ ୮ ଡିଗ୍ରୀ, ଚିପିଲିମାରେ ୮.୭ ଡିଗ୍ରୀ, କିରେଇରେ ୮.୮ ଡିଗ୍ରୀ, ଅନୁଗୁଳରେ ୯ ଡିଗ୍ରୀ, କେନ୍ଦୁଝର ୯.୬ ଡିଗ୍ରୀ, ଟ୍ୱିନ୍ସିଟି ତାପମାତ୍ରା ୧୨ ଡିଗ୍ରୀ ତଳେ ରେକର୍ଡ କରାଯାଇଛି ।










