21.1 C
Bhubaneswar
Monday, January 27, 2025
Homeଦେଶ ବିଦେଶରାଜନୀତିକୁ ଆସିବେ ୧ଲକ୍ଷ ଯୁବକ: ପ୍ରଧାନମନ୍ତ୍ରୀ

ରାଜନୀତିକୁ ଆସିବେ ୧ଲକ୍ଷ ଯୁବକ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ବାର୍ଷିକ ପ୍ରାୟୋଜିତ କାର୍ଯ୍ୟକ୍ରମ ମନ୍ କି ବାତର ୧୧୬ ତମ ଅଧ୍ୟାୟରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି । ଏହି କ୍ରମରେ ସେ ପ୍ରଥମେ ଏନସିସିର ଦିବସ ପାଇଁ ଶୁଭକାମନା ଜଣାଇଥିଲେ । ଏହାପରେ ସେ ତାଙ୍କ ଗୁୟାନା ଅନୁଭୁତି ବଖାଣି ଗୁୟାନାରେ କିଭଳି ଏକ ମିନି ଇଣ୍ଡିଆ ରହିଛି ତାହା ଉପରେ ଆଲୋକପାତ କରିଥିଲେ । ୧୮୦ ବର୍ଷ ପୂର୍ବରୁ ଭାରତର ଲୋକମାନେ ଶ୍ରମିକ ଭାବେ ଗୁୟାନା ଯାଇ ସେଠାରେ କିଭଳି ଆଧିପତ୍ୟ ବିସ୍ତାର କରିଛନ୍ତି , ଗୁୟାନାରେ କିଭଳି ଜଣେ ଭାରତ ବଂଶୋଦ୍ଭବ ରାଷ୍ଟ୍ରପତି ପଦରେ ପହଂଚିପାରିଛନ୍ତି ତାହା ଆଲୋଚନା କରିଥିଲେ । ମନ୍ କି ବାତରେ ପ୍ରଧାନମନ୍ତ୍ରୀ ବିଶେଷ କରି ରାଜନୀତିରେ ଯୁବବର୍ଗଙ୍କ ଭାଗିଦାରୀ ଉପରେ ଫୋକସ କରିଥିଲେ । ସେ କହିଥିଲେ କି, ଲାଲ କିଲ୍ଲାର ପାଚେରୀରୁ ମୁଁ ଦେଶର ଯୁବବର୍ଗଙ୍କୁ ରାଜନୀତିରେ ଯୋଗଦେବାକୁ ଆହ୍ୱାନ କରିଥିଲି । ଯେଉଁ ଯୁବକ ଯୁବତୀଙ୍କ ପରିବାରର କେହି ରାଜନୀତିରେ ନାହାଁନ୍ତି ସେମାନଙ୍କ ପାଇଁ ମଧ୍ୟ ଭାରତୀୟ ରାଜନୀତିରେ ସୁଯୋଗ ରହିଛି । ଏଭଳି ୧ଲକ୍ଷ ଯୁବକ ଯୁବତୀଙ୍କ ଆଗାମୀ ୧ ବର୍ଷ ମଧ୍ୟରେ ଭାରତୀୟ ରାଜନୀତିକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି । ର୍ ୧୧ ଓ ୧୨ ଜାନୁଆରୀରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳନ ଅବସରରେ ବିକଶିତ ଭାରତ ଯୁବ ନେତା ସମ୍ବାଦ ନାମରେ ଏକ କାର୍ଯ୍ୟକ୍ରମର ଆୟୋଜନ ହେବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking