31.1 C
Bhubaneswar
Friday, March 27, 2026
Homeଦେଶ ବିଦେଶଦାନ ହୁଣ୍ଡିରୁ ମିଳିଲା ୧ କେଜି ଓଜନର ସୁନା ବିସ୍କୁଟ, ରୂପାର ବନ୍ଧୁକ

ଦାନ ହୁଣ୍ଡିରୁ ମିଳିଲା ୧ କେଜି ଓଜନର ସୁନା ବିସ୍କୁଟ, ରୂପାର ବନ୍ଧୁକ

ରାଜସ୍ଥାନ:  ରାଜସ୍ଥାନର ଚିତ୍ତୋରଗଡ଼ରେ ଥିବା ସାନୱାଲିୟା ସେଠ୍ ମନ୍ଦିରକୁ ଦାନରେ ମିଳିଥିବା ଜିନିଷ ସମସ୍ତଙ୍କୁ ଚକିତ କରିଛି। ମନ୍ଦିରର ଦାନ ବାକ୍ସରୁ ଗୋଟିଏ ସୁନା ବିସ୍କୁଟ ମିଳିଛି। ଏହାର ଓଜନ ପ୍ରାୟ ୧ କେଜି ହେବ। ସେହିପରି ନଗଦ ୨୩ କୋଟିରୁ ଅଧିକ ଟଙ୍କା, ଗୋଟିଏ ରୁପାର ପିସ୍ତଲ ଓ ରୁପାର ହ୍ୟାଣ୍ଡକଫ ମଧ୍ୟ ମିଳିଛି।ଭଗବାନ କୃଷ୍ଣଙ୍କୁ ଏଠାରେ ପୂଜାର୍ଚ୍ଚନା କରାଯାଏ। ନିକଟରେ ଏହାର ଟ୍ରେଜେରୀ ଖୋଲା ଯାଇଥିଲା। ମନ୍ଦିର କର୍ତ୍ତୃପକ୍ଷ ୨ ମାସର ବ୍ୟବଧାନ ପରେ ଦାନ ବାକ୍ସକୁ ଖୋଲିଛନ୍ତି। ଏହାକୁ ବିଭିନ୍ନ ପର‌୍ୟ୍ୟାୟରେ ଗଣତି କରାଯାଉଛି। ପ୍ରଥମ ପର‌୍ୟ୍ୟାୟରେ ୧୧.୩୪ କୋଟି ଟଙ୍କାର ଗଣତି ହୋଇପାରିଥିଲା। ଦ୍ୱିତୀୟ ପର‌୍ୟ୍ୟାୟରେ ୩.୬୦ କୋଟି, ତୃତୀୟ ପର‌୍ୟ୍ୟାୟରେ ୪.୨୭ କୋଟି ଟଙ୍କା ମିଳିଥିଲା। ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିରୁ ୨୩ କୋଟିରୁ ଅଧିକ ଟଙ୍କା ମିଳି ସାରିଲାଣି। ଗଣତି ବାକି ରହିଥିବାରୁ ଟଙ୍କାର ପରିମାଣର ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking