13.1 C
Bhubaneswar
Friday, December 12, 2025
Homeଓଡିଶାବିଦ୍ୟୁତ୍‌ ଆଘାତରେ ୧ ମୃତ, ୩ ଗୁରୁତର

ବିଦ୍ୟୁତ୍‌ ଆଘାତରେ ୧ ମୃତ, ୩ ଗୁରୁତର

ରାୟଗଡ଼ା : ରାୟଗଡା ସହରର ରୟତ କଲୋନୀରେ ଘଟିଛି ଅଭାବନୀୟ ଘଟଣା । ଗୁରୁବାର ବିଦ୍ୟୁତ୍‌ ଆଘାତରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଦୁଃଶାସନ ଖରା (୩୫) ଓ ତାଙ୍କ ଘର ଆମଗୁଡ଼ାରେ। ଗୁରୁତର ୩ ଜଣ ହେଲେ ବିନୋଦ ନାଗ (୩୨), ଲକ୍ଷ୍ମଣ କନ୍ଧପାଣି(୩୩) ଓ ଦାମୋଦର ଗାଣ୍ଟା(୨୬)। ଆଜି ପୂର୍ବାହ୍ନରେ ଚାରି ଜଣ ଏକ ଘରେ ଚୂନ ଓ ରଙ୍ଗ ଦେଉଥିଲେ। ସେହି ସମୟରେ ହଠାତ୍‌ କାନ୍ଥ ଚାର୍ଜ ହୋଇଯାଇଥିଲା। ଫଳରେ ଜଣକ ପରେ ଜଣେ ଏଥିରେ ଶିକାର ହୋଇଥିଲେ। ଯଦ୍ବାରା ଘଟଣାସ୍ଥଳରେ ଦୁଃଶାସନଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ବିନୋଦ ଓ ଲକ୍ଷ୍ମଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା ଚାଲିଛି। ଦାମୋଦର ସାମାନ୍ୟ ଆହତ ହୋଇଛନ୍ତି। ଦୁଇ ଗୁରୁତରଙ୍କ ଚିକିତ୍ସା ଚାଲିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking