35.1 C
Bhubaneswar
Thursday, April 2, 2026
Homeଅପରାଧ୨ ଯୁବତୀଙ୍କ ଉପରେ ମାଡ଼ିଗଲା ବିଏମଡବ୍ଲୁ

୨ ଯୁବତୀଙ୍କ ଉପରେ ମାଡ଼ିଗଲା ବିଏମଡବ୍ଲୁ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭୁଲ ଦିଗରୁ ଆସି ଗୋଟିଏ ଦ୍ରୁତଗାମୀ ବିଏମଡବ୍ଲୁ କାର ସ୍କୁଟିରେ ଯାଉଥିବା ୨ ଜଣ ଯୁବତୀଙ୍କୁ ଧକ୍କା ଦେଇଛି। ଫଳରେ ସ୍କୁଟିରେ ଥିବା ଦୁଇ ଯୁବତୀଙ୍କ ମୃତ୍ୟୁ ଘଟିଛି। ବିଏମଡବ୍ଲୁର ସାମ୍ନା ପଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁଲିସ୍‌ ଗାଡ଼ି ଚାଳକଙ୍କୁ ଗିରଫ କରିଛି। ସେହିପରି ଘଟଣାଟି ସିସିଟିଭିରେ ମଧ୍ୟ କଏଦ ହୋଇଛି। ଶନିବାର ପୂରା ଘଟଣା ଘଟିଥିଲା। ୨୫ ବର୍ଷୀୟ ଦୀକ୍ଷା ଓ ୨୪ ବର୍ଷୀୟ ଲକ୍ଷ୍ମୀ ତୋମାର ସହରର ମହାଲକ୍ଷ୍ମୀ ନଗରରେ ଗୋଟିଏ ସ୍କୁଟିରେ ଯାଉଥିଲେ। ଏହି ସମୟରେ ଗୋଟିଏ ବିଏମଡବ୍ଲୁ ଦ୍ରୁତଗତିରେ ରଙ୍ଗ ଡିରେକସନରୁ ଆସିଥିଲା। କେହି କିଛି ବୁଝିବା ଆଗରୁ ଗାଡ଼ିଟି ଖୁବ ଜୋରରେ ସ୍କୁଟିକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୀକ୍ଷା ଓ ଲକ୍ଷ୍ମୀ ବେଶ କିଛି ବାଟଠ ଛିଟିକି ହୋଇ ପଡ଼ିଥିଲେ। ସେମାନଙ୍କୁ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ବିଏମଡବ୍ଲୁ ଚାଳକ ଗଜେନ୍ଦ୍ର ପ୍ରତାପ ସିଂହ(୨୮) ଫେରାର ହୋଇଯାଇଥିଲେ। କିନ୍ତୁ ପୁଲିସ ତାଙ୍କୁ ପରବର୍ତ୍ତୀ ଅବସ୍ଥାରେ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଜଣେ ସାଙ୍ଗର ଜନ୍ମ ଦିନ ପାଳନ କରିବା ଉଦ୍ଦେଶ୍ୟରେ ଗଜେନ୍ଦ୍ର ଯାଉଥିଲେ। ତାଙ୍କ ପାଖରେ କେକ ଥିବାରୁ ସେ ଯଥାଶୀଘ୍ର ବନ୍ଧୁଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ସେ ଭୁଲ ଦିଗରେ ଗାଡ଼ି ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ଜେରା ବେଳେ ଗଜେନ୍ଦ୍ର କହିଛନ୍ତି ଯେ ଘଟଣା ବେଳେ ଗାଡ଼ିକୁ ସେ ଚଳାଉଥିଲେ। ଏହା ଏକ ସେକେଣ୍ତ ହ୍ୟାଣ୍ଡ କାର। ନିକଟରେ ସେ ଏହାକୁ କିଣିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking