ଭୁବନେଶ୍ୱର: ୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ । ୧୬ ବର୍ଷରେ ପ୍ରଥମଥର ପାଇଁ ସଅଳ ଆସୁଛି ମୌସୁମୀ । ଜୁନ୍ ବଦଳରେ ମେ’ରେ କେରଳ ଛୁଇଁବ ମୌସୁମୀ । ସାଧାରଣ ସମୟର ପ୍ରାୟ ସପ୍ତାହକ ପୂର୍ବରୁ ମୌସୁମୀ କେରଳ ଛୁଇଁବାକୁ ଯାଉଛି । ମୌସୁମୀ ଆସିବା ପାଇଁ ପାଗ ଅନୁକୂଳ ରହିଛି । ଯାହାର ପ୍ରଭାବରେ କେରଳରେ ୨ ଦିନ ଧରି ପ୍ରବଳ ବର୍ଷା ଜାରି ରହିଛି । ଏଥି ସହିତ ଆଗାମୀ ୬ ଦିନ ପର୍ଯ୍ୟନ୍ତ କେରଳ ଓ ଦକ୍ଷିଣରେ ଥିବା ରାଜ୍ୟ ଗୁଡ଼ିକରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଗତ ୨୦୦୧ ଓ ୨୦୦୯ରେ ମେ’ ୨୩ ତାରିଖରେ କେରଳ ଛୁଇଁଥିଲା ମୌସୁମୀ । ପ୍ରାୟତଃ ଜୁନ୍ ୧ ତାରିଖରେ କେରଳରେ ପହଞ୍ଚିଥାଏ ମୌସୁମୀ । ଏବେ ୧୬ ବର୍ଷରେ ପ୍ରଥମ ଥର ପାଇଁ ସଅଳ ଆସୁଛି ମୌସୁମୀ ।