14.1 C
Bhubaneswar
Friday, January 16, 2026
Homeଖେଳ୨୨ ବର୍ଷ ପରେ ଅଷ୍ଟ୍ରେଲିଆରେ ଦିନିକିଆ ସିରିଜ୍

୨୨ ବର୍ଷ ପରେ ଅଷ୍ଟ୍ରେଲିଆରେ ଦିନିକିଆ ସିରିଜ୍

 ଅଷ୍ଟ୍ରେଲିଆ: ଦ୍ରୁତ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ପାକିସ୍ତାନ କ୍ରିକେଟ ଦଳ ଅଷ୍ଟ୍ରେଲିଆରେ ଇତିହାସ ରଚିଛି। ନସିମ ଶାହା ଓ ଶାହିନ ଶାହ ଆଫ୍ରିଦିଙ୍କ ମାରାତ୍ମକ ବୋଲିଂ ବଳରେ ପର୍ଥରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ପାକିସ୍ତାନ ଅଷ୍ଟ୍ରେଲିଆକୁ ୮ ୱିକେଟରେ ପରାସ୍ତ କରିଛି। ଏହାସହିତ ପାକିସ୍ତାନ ଅଷ୍ଟ୍ରେଲିଆରେ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୨-୧ରେ ଜିତିନେଇଛି, ଯାହାକି ୨୨ ବର୍ଷ ପରେ ପ୍ରଥମ ଥର ପାଇଁ ହୋଇଛି। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ସମ୍ପୂର୍ଣ୍ଣ ଠିକ୍ ପ୍ରମାଣିତ ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଇନିଂସ ଆରମ୍ଭ କରିବାକୁ ଆସିଥିବା ଜ୍ୟାକ୍ ଫ୍ରେଜର ମ୍ୟାକ୍ ଗର୍କ ମାତ୍ର ୭ ରନ କରି ଆଉଟ ହୋଇଥିଲେ। ନସିମ ଶାହା ତାଙ୍କୁ ବହିଷ୍କାର କରିଥିଲେ। ସେ ୯ ବଲ୍ ରେ ଗୋଟିଏ ଚୌକା ସାହାଯ୍ୟରେ ଏହି ୭ ରନ୍ କରିପାରିଥିଲେ। ଅନ୍ୟତମ ଓପନର ମାଥ୍ୟୁ ସର୍ଟ ୨୨ ରନ କରି ହାରିସ ରୌଫଙ୍କ ବଲରେ ଆଉଟ ହୋଇଥିଲେ । ଦଳର ମଧ୍ୟକ୍ରମ ସଂପୂର୍ଣ୍ଣ ବିଫଳ ହୋଇଥିବାବେଳେ କେବଳ ସିନ ଆବର୍ଟ ୩୦ ରନ କରିପାରିଥିଲେ । ଅଷ୍ଟ୍ରେଲିଆ ଦଳ ମାତ୍ର ୧୪୦ ରନ୍ ରେ ଅଲଆଉଟ ହୋଇଥିଲା। ନସିମ ଶାହ ଓ ଶାହିନ ଶାହ ଆଫ୍ରିଦି ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ଏହାପରେ ପାକିସ୍ତାନ ୨୬.୫ ଓଭରରେ ୧୪୩ ରନ କରି ଲକ୍ଷ୍ୟ ହାସଲ କରିନେଇଥିଲା। ବ୍ୟାଟିଂରେ ସାମ ଆୟୁବ ୪୨, ଅବଦୁଲ୍ଲା ଶଫିକ ୩୭, ବାବର ଆଜମ ଅପରାଜିତ ୨୮ ଓ ମହମ୍ମଦ ରିଜୱାନ ଅପରାଜିତ ୩୦ ରନ୍ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking