28.1 C
Bhubaneswar
Wednesday, April 23, 2025
Homeଓଡିଶାହଷ୍ଟେଲରେ ଝୁଲି ପଡ଼ିଲେ ଇଞ୍ଜିନିୟରିଂ ଛାତ୍ର

ହଷ୍ଟେଲରେ ଝୁଲି ପଡ଼ିଲେ ଇଞ୍ଜିନିୟରିଂ ଛାତ୍ର

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥିତ ଏକ ଘରୋଇ ବିଶ୍ଵବିଦ୍ୟାଳୟ ହଷ୍ଟେଲରେ ଇଂଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ । ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି କମ୍ପ୍ୟୁଟର ସାଇନ୍ସ ବିଭାଗର ଶେଷ ବର୍ଷ ଛାତ୍ର ସନ୍ଦୀପ ଲେଙ୍କା । ସେ ବିଶ୍ବବିଦ୍ୟାଳୟ ପରିସରରେ ନ୍ୟୁଟନ ହଷ୍ଟେଲରେ ରହୁଥିଲେ ।

ମୃତ ଛାତ୍ରଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳରେ । ହଷ୍ଟେଲ ପରିସରରେ ଗୁଣପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ପୋଲିସ ସମ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତଦନ୍ତ ପାଇଁ ପୋଲିସ ସାଇଣ୍ଟିଫିକ୍ ଟିମର ସହାୟତା ଲୋଡିଛି ।

ଗତକାଲି କମ୍ପୁଟର ସାଇନ୍ସ ବିଭାଗ ଶେଷ ବର୍ଷର ଛାତ୍ରମାନଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା  ରହିଥିଲା । ଏହି କାର୍ଯ୍ୟକ୍ରମ ସରିବା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାତ୍ର ଜଣକ ଶୋଇ ନଥିବା ସହପାଠୀ ଦେଖିବାକୁ ପାଇଥିଲେ । ଛାତ୍ର କବାଟ ନଖୋଲିବାରୁ ସହାପାଠୀମାନେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପରେ ଛାତ୍ର ଜଣକ ଫ୍ୟାନରେ ଝୁଲିଥିବା ଦେଖିବାକୁ ପାଇଥିଲେ । ଗୁଣୁପୁର ପୋଲିସ୍ ବିଶ୍ବବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲକୁ ଯାଇ ଛାତ୍ର ମୃତ୍ୟୁର ତଦନ୍ତ ଆରମ୍ଭ କରିଛି । ଏ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତିକ୍ରିୟା ରଖୁ ନଥିବା ବେଳେ ଛାତ୍ର ମୃତ୍ୟୁଙ୍କ ସହଜରେ ଗ୍ରହଣ କରିପାରୁନାହାନ୍ତି ସହପାଠୀ । ଛାତ୍ର ଜଣକ ବାଙ୍ଗାଲୋରର ଏକ କମ୍ପାନୀରେ ନୂତନ ଭାବେ ନିଯୁକ୍ତି ପାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking