ନୂଆଦିଲ୍ଲୀ: ବିଶ୍ୱ ସାମୁଦ୍ରିକ ବାଣିଜ୍ୟ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ହରମୁଜ ପ୍ରଣାଳୀରେ ଏକ ନୂତନ ସାମୁଦ୍ରିକ ମାର୍ଗ ଖୋଲିବା ପରି ସଙ୍କେତ ମିଳୁଛି । ଯାହା ବାଣିଜ୍ୟିକ ଜାହାଜଗୁଡିକୁ ପରିବହନ ପାଇଁ ଅନୁମତି ଦେବ । ଯେଉଁ ରାସ୍ତା ଖୋଲାଯାଉଛି ତାହା ସମ୍ପୁର୍ଣ୍ଣ ଇରାନ ମାର୍ଗ ଠାରୁ ଭିନ୍ନ । ରିମୋଟ ସେନ୍ସିଂ ତଥ୍ୟର ବିଶ୍ଲେଷଣ ଅନୁସାରେ, ତେଲ ଏଲଏଜି ଏବଂ ସାଧାରଣ କାର୍ଗୋ ବହନ କରୁଥିବା ଅତି କମରେ ୪ଟି ବଡ ଜାହାଜ ଏହି ନୂତନ ରୁଟ ଦେଇ ପରିବହନ କରିସାରିଛନ୍ତି । ଏହି ନୂତନ ରୁଟ ଅନ୍ତର୍ଜାତୀୟ ଜଳସୀମାକୁ ଏଡାଇ ଦିଏ ଏବଂ ଓମାନର ଆଞ୍ଚଳିକ ଜଳସୀମା ମଧ୍ୟରେ ରହିଥାଏ । ଯାହା ଫଳରେ ଜାହାଜଗୁଡିକର ଅପେକ୍ଷାକୃତ ସୁରକ୍ଷିତ ଭାବରେ ଯାତାୟତ କରିପାରିବେ । ଜାହାଜଗୁଡିକ ମୁସାଣ୍ଡମ ଉପଦ୍ୱୀପ ନିକଟରେ ସେମାନଙ୍କର ଟ୍ରାନ୍ସପଣ୍ଡର ବନ୍ଦ କରିଦେଇଥିଲେ । ସେମାନଙ୍କୁ ଏପ୍ରିଲ ୩ ତାରିଖରେ ମସ୍କାଟ ଠାରୁ ପ୍ରାୟ ୩୫୦ କିଲୋମିଟର ଦୂରରେ ଜଳସୀମାରେ ଦେଖାଯାଇଥିଲା । ଏହି ଜାହାଜଗୁଡ଼ିକ ପରେ, ଏକ ଭାରତୀୟ ପତାକାଯୁକ୍ତ ମାଲବାହୀ ଜାହାଜ, MSV Cuba MNV 2183, ମଧ୍ୟ ସମାନ ରାସ୍ତାରେ ଯାତ୍ରା କରୁଥିବା ଦେଖାଯାଇଥିଲା। ଜାହାଜଟି ମାର୍ଚ୍ଚ 31 ତାରିଖରେ ଦୁବାଇରୁ ବାହାରିଥିଲା ଏବଂ ଶେଷ ଥର ପାଇଁ ଓମାନର ଦିବା ବନ୍ଦରରୁ ପ୍ରାୟ 40 କିଲୋମିଟର ଦୂରରେ ଖୋଲା ସମୁଦ୍ରରେ ଅବସ୍ଥିତ ଥିଲା।ପ୍ରକୃତରେ, ଫେବୃଆରୀ 28 ତାରିଖରେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ବିମାନ ଆକ୍ରମଣ କରିବାର କିଛି ଦିନ ପରେ ଇରାନ ଜାହାଜ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଥିଲା।









