24.1 C
Bhubaneswar
Friday, February 6, 2026
Homeଓଡିଶାସୋସିଆଲ ମିଡିଆରେ ନିର୍ବାଚନ ସମ୍ପର୍କିତ ଭ୍ରାନ୍ତିପୂର୍ଣ୍ଣ ସୂଚନା କିମ୍ବା ଫଟୋର ପ୍ରଚାର ପ୍ରସାର କରନ୍ତୁ ନାହିଁ

ସୋସିଆଲ ମିଡିଆରେ ନିର୍ବାଚନ ସମ୍ପର୍କିତ ଭ୍ରାନ୍ତିପୂର୍ଣ୍ଣ ସୂଚନା କିମ୍ବା ଫଟୋର ପ୍ରଚାର ପ୍ରସାର କରନ୍ତୁ ନାହିଁ

ଭୁବନେଶ୍ୱର: ଏକ ଜାତୀୟ ଦଳର ଜଣେ ବିଶିଷ୍ଟ ନେତା ଏବଂ ସେହି ଦଳର ଜଣେ ନିର୍ବାଚିତ ବିଧାୟକଙ୍କ ସମ୍ପର୍କରେ ଏକ ବିଭ୍ରାନ୍ତିକର ଫଟୋ ଏ.ଆଇ. ବ୍ୟବହାର କରି ପ୍ରସ୍ତୁତ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିଗୋଚର ହୋଇଛି। ସୋସିଆଲ ମିଡିଆର ଏକ ପ୍ଲାଟଫର୍ମରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଏହି ଫଟୋ ପୋଷ୍ଟ କରାଯାଇଥିବା ଚିହ୍ନଟ ହୋଇଛି। ଏହି ପୋଷ୍ଟକୁ ଯାଞ୍ଚ ପରେ ଏହା ମିଥ୍ୟା ଏବଂ ଭ୍ରାନ୍ତିକର ବୋଲି ଜଣାପଡ଼ିଛି।
ଏଭଳି ବିଭ୍ରାନ୍ତିକର ସୂଚନାର ପ୍ରଚାର ପ୍ରସାର ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ । ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହିତ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ସମସ୍ତଙ୍କୁ ଅନୁରୋଧ କରାଯାଉଛି ଯେ ଏଭଳି ବିଭ୍ରାନ୍ତିକର ସୂଚନା ଅନ୍ୟମାନଙ୍କୁ ପଠାଇବାରୁ ନିବୃତ୍ତ ରୁହନ୍ତୁ, କାରଣ ଏହା ଦ୍ୱାରା ଆପଣଙ୍କ ପାଇଁ ଗମ୍ଭୀର ପରିଣାମ ସୃଷ୍ଟି ହୋଇପାରେ । ନୂଆପଡ଼ା ବିଧାନସଭା ଉପନିର୍ବାଚନର ମତଦାନ ନଭେମ୍ବର 11 ତାରିଖରେ ଅନୁଷ୍ଠିତ ହେବ। ତେଣୁ ନିର୍ବାଚନ ସମ୍ପର୍କୀୟ କୌଣସି ସୂଚନା ଅନ୍ୟ କାହାକୁ ପଠାଇବା ପୂର୍ବରୁ ତାହାର ସତ୍ୟତା ଯାଞ୍ଚ କରିବାକୁ ଅନୁରୋଧ । ଦୟାକରି ସୋସିଆଲ ମିଡିଆକୁ ସତର୍କତାର ସହିତ ବ୍ୟବହାର କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ। ଏକ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ସମସ୍ତଙ୍କର ଆନ୍ତରିକ ସହଯୋଗ କାମନା କରିଛନ୍ତି। ଭ୍ରାନ୍ତିକର ସୂଚନା ଓ ଫୋଟୋର ପ୍ରଚାର ପ୍ରସାରରୁ ନିବୃତ ରହିବାକୁ ପୁନଶ ଅନୁରୋଧ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking