ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ କରଡା କଣା ପଞ୍ଚାୟତର ଆଦିବାସୀ ଗ୍ରାମ ଶବର ପଲ୍ଲୀରେ ସାପ କାମୁଡାରେ ଅଜା, ନାତିଙ୍କର ମୃତ୍ୟୁ ହୋଇଛି । ଗତ ରାତି ପ୍ରାୟ ୧୧ଟା ସମୟରେ ଘରେ ଶୋଇଥିବା ବେଳେ ଉଭୟଙ୍କୁ ବିଷାକ୍ତ ଚିତ୍ତି ସାପ ମାରି ଦେଇଥିଲା । ଉଭୟଙ୍କୁ ରାତି ୧୧ଟା ୫୦ ମିନିଟରେ ଶୋରଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଅଜା, ନାତିଙ୍କର ମୃତ୍ୟୁ ଘଟିଛି ।










