16.1 C
Bhubaneswar
Tuesday, February 10, 2026
Homeଓଡିଶାଶ୍ରେଣୀଗୃହରେ ଷ୍ଟଣ୍ଟ: ଜଳିଗଲେ ଛାତ୍ର

ଶ୍ରେଣୀଗୃହରେ ଷ୍ଟଣ୍ଟ: ଜଳିଗଲେ ଛାତ୍ର

ଭୁବନେଶ୍ୱର: ଶ୍ରେଣୀଗୃହରେ ଷ୍ଟଣ୍ଟ, ପୋଡ଼ିଗଲେ ଛାତ୍ର । ମଧ୍ୟାହ୍ନ ଭୋଜନ ସମୟରେ ବଡ଼ ଅଘଟଣ । ଷ୍ଟଣ୍ଟ ଦେଖାଇବା ବେଳେ ପୋଡ଼ି ଯାଇଛନ୍ତି ନବମ ଶ୍ରେଣୀ ଛାତ୍ର । ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମଗିରି ବ୍ଲକ ବାଲୁକେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟରେ ମିଳିଥିବା ସୂଚନା ଅନୁସାରେ, ମଧ୍ୟାହ୍ନ ଭୋଜନ ସମୟରେ ନବମ ଶ୍ରେଣୀର ୨ ଛାତ୍ର ବିଦ୍ୟାଳୟ ପରିସରରେ ଷ୍ଟଣ୍ଟ ଦେଖାଉଥିଲେ । ଏକ କୋଠରିରେ ରଖା ଯାଇଥିବା ପେଟ୍ରୋଲ୍ ବୋତଲ ଆଣି ଷ୍ଟଣ୍ଟ କରୁଥିଲେ । ଜଣେ ଛାତ୍ର ପେଟ୍ରୋଲ୍‌କୁ ପାଟିରେ ରଖିବା ବେଳେ ଅନ୍ୟ ଜଣେ ଦିଆସିଲ୍ ମାରିଥିଲେ । ପେଟ୍ରୋଲ୍ ପାଟିରୁ ଫିଙ୍ଗିବା ବେଳେ ଛାତ୍ରଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ପାଟିରେ ପେଟ୍ରୋଲ୍ ରଖିଥିବା ଛାତ୍ର ଜଣଙ୍କ ସ୍କୁଲ୍ ପୋଷାକ ସମ୍ପୂର୍ଣ୍ଣ ଜଳି ଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରେବଣା ନୂଆଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପରେ ପୁରୀ ସଦର ମହକୁମା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୌଭାଗ୍ୟବଶତଃ ଅନ୍ୟ ଛାତ୍ର ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।ଛାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପୁରୀରୁ ଭୁବନେଶ୍ଵର ସ୍ଥାନାନ୍ତରିତ କରାଯିବ ବୋଲି ତାଙ୍କ ବାପା କହିଛନ୍ତି । ତେବେ ଏତେବଡ଼ ଘଟଣା ଖୋଦ୍ ପ୍ରଧାନଶିକ୍ଷକଙ୍କ କୋଠରି ସମ୍ମୁଖରେ ଘଟିଥିବା ଜଣାପଡ଼ିଛି । ଏନେଇ ପ୍ରଧାନଶିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking