19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଲ୍ୟାଣ୍ଡିଂ ପରେ ବିମାନରେ ନିଆଁ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଲ୍ୟାଣ୍ଡିଂ ପରେ ବିମାନରେ ନିଆଁ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ : ବିମାନ ଲ୍ୟାଣ୍ଡିଂ ବେଳେ ଲାଗିଲା ନିଆଁ। ଇଂଜିନରେ ନିଆଁ ଲାଗି ହୁ ହୁ ହୋଇ ଜଳିଗଲା ଯାତ୍ରୀବାହୀ ବିମାନ। ଦୁର୍ଘଟଣା ବେଳେ ବିମାନ ଭିତରେ ଥିଲେ ୯୫ ଜଣ ଯାତ୍ରୀ। ତେବେ ସୌଭାଗ୍ୟବଶତଃ କାହାର କୌଣସି କ୍ଷତି ହୋଇନାହିଁ। ଦକ୍ଷିଣ ତୁର୍କୀର ଆଣ୍ଟାଲିଆ ବିମାନ ବନ୍ଦରରେ ଘଟିଛି ଏଭଳି କିଛି ଦୁର୍ଘଟଣା। ତୁର୍କୀର ପରିବହନ ମନ୍ତ୍ରଣାଳୟ କହିଛି ଯେ ରୁଷର ବିମାନ କମ୍ପାନୀ ‘ଆଜିମୁଥ୍ ଏୟାରଲାଇନ୍ସ’ ଦ୍ୱାରା ପରିଚାଳିତ ‘ସୁଖୋଇ ସୁପରଜେଟ୍ ୧୦୦’ ଶ୍ରେଣୀ ବିମାନଟି ରବିବାର ଦିନ ରୁଷର ସୋଚିରୁ ଉଡ଼ାଣ ଭରିଥିଲା। ଏଥିରେ ୬ ଜଣ କ୍ରୁ ସଦସ୍ୟ ଓ ୮୯ ଜଣ ଯାତ୍ରୀ ଥିଲେ। ତେବେ ସ୍ଥାନୀୟ ସମୟ ରାତି ୯ଟା ୩୪ ମିନିଟ୍‌ରେ ଆଣ୍ଟାଲିଆ ବିମାନ ବନ୍ଦରରେ ବିମାନଟି ଲ୍ୟାଣ୍ଡିଂ କରିଥିଲା। ଏତିକି ବେଳେ ବିମାନ ଇଂଜିନରେ ନିଆଁ ଲାଗିଥିବା ପାଇଲଟ ଦେଖିବାକୁ ପାଇଥିଲେ। ପରେ ବିମାନ ବନ୍ଦର ଉଦ୍ଧାର ଓ ଅଗ୍ନିଶମ ବାହିନୀ ତୁରନ୍ତ ଆସି ନିଆଁ ଲିଭାଇବା ପାଇଁ ଲାଗିପଡିଥିଲେ। ଏହି ଘଟଣାରେ କେହି ଆହତ ହୋଇନାହାନ୍ତି। ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ। ତଦନ୍ତ ଜାରି ରହିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking