30.1 C
Bhubaneswar
Monday, June 16, 2025
Homeଓଡିଶାଲିଭିନି ସ୍ତ୍ରୀର ଜୁଇ, ଚାଲିଗଲେ ସ୍ୱାମୀ

ଲିଭିନି ସ୍ତ୍ରୀର ଜୁଇ, ଚାଲିଗଲେ ସ୍ୱାମୀ

ପାଟକୁରା: ସ୍ୱାମୀ -ସ୍ତ୍ରୀ ର ବିଭାହ ବନ୍ଧନ ଅଟୁତ । ବାହା ବେଦୀର ହାତଗଣ୍ଠି ଠାରୁ ମଶାଣୀ ଭୁଇଁର ଜଳନ୍ତା ଜୁଇଯାଏ ଉଭୟ ଚାହାନ୍ତି ପାଖାପାଖି ରହିବାକୁ । ଅହ୍ୟ ଡେଙ୍ଗୁରା ବାଜି ବୃଦ୍ଧାଙ୍କ ମୃତଦେହ ମଶାଣୀଙ୍କୁ ଯାଇ ଦାହ ହେବା ପରେ ପରେ ଆଖି ବୁଜିଦେଲେ ବୃଦ୍ଧ ସ୍ୱାମୀ ମାତ୍ର । ଏଭଳି ଘଟଣା ଘଟିଛି ପାଟକୁରା ଥାନା ଗରଦପୁର ବ୍ଲକ ବେଡାରୀ ଗ୍ରାମପଞ୍ଚାୟତର ହରିଦାସପୁର ଗ୍ରାମରେ । କୁଳମଣି ପରିଡା (୯୨) ଓ ତାଙ୍କ ସ୍ତ୍ରୀ ନୟନା (୮୬) ବାର୍ଦ୍ଧକ୍ୟ ଜନୀତ ରୋଗରେ କିଛି ଦିନ ହେଲା ନିଜ ଘରେ ପାଖାପାଖି ରହି ଚିକିତ୍ସିତ ହେଉଥିଲେ । ହଠାତ ସୋମବାର ସନ୍ଧ୍ୟା ସମୟରେ ବୃଦ୍ଧା ନୟନାଙ୍କ ମୃତ୍ୟୁ ହୋଇଥିଲା । ଆତ୍ମୀୟ ସ୍ୱଜନମାନେ ଚିତ୍ରୋତ୍ପଳା ନଦୀ ତଟରେ ଶବ ଦାହ ସାରି ଫେରିଲା ବେଳକୁ ପ୍ରାୟ ସକାଳ ହୋଇଯାଇଥିଲା । ଘରେ ପହଞ୍ଚିବା ପରେ ବୃଦ୍ଧ ସ୍ୱାମୀ କୁଳମାଣି ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ । ଏହାପରେ ପୁଣି ଚିତ୍ରୋତ୍ପଳା ନଦୀ ତଟର ବୃଦ୍ଧା ସ୍ତ୍ରୀଙ୍କ ଜଳୁଥିବା ଜୁଇ ନିକଟରେ ତାଙ୍କର ଶବ ଦାହ କରାଯାଇଥିଲା । ଏକମାତ୍ର ପୁତ୍ର ଗରଦପୁର ବ୍ଲକ କଂଗ୍ରେସ ସଭାପତି ଜ୍ୟୋତି ରଞ୍ଜନ (ଟୁଟୁଲା) ମୁଖାଗ୍ନି ଦେଇଥିଲେ । ଅନ୍ୟ ଆତ୍ମୀୟ ସ୍ୱଜନମାନେ ଏକାବେଳେକେ ବୃଦ୍ଧବୃଦ୍ଧାଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ପଡିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking