30.1 C
Bhubaneswar
Sunday, February 8, 2026
Homeଓଡିଶାରାତିରେ ନିଆଁ ଲଗାଇ ଘର ଜାଳି ଦେଲେ ଦୁର୍ବୃତ୍ତ

ରାତିରେ ନିଆଁ ଲଗାଇ ଘର ଜାଳି ଦେଲେ ଦୁର୍ବୃତ୍ତ

ମୟୂରଭଞ୍ଜ: ଦୁଇ ନିଶାଡିଙ୍କ ବିବାଦ ମେଣ୍ଟାଇବା ଉଦ୍ୟମ ହେଲା କାଳ। ଧମକ ଦେଇ ଯାଇଥିଲେ ରାତିରେ ନିଆଁ ଲଗାଇ ଜାଳି ଦେଲେ ଘର । ବଞ୍ଚିଗଲା ପରିବାର ଲୋକଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନାକିଚୁଆ ପଞ୍ଚାୟତ ନାକିଚୁଆ ଗାଁରେ । କୌଣସି କଥାକୁ କେନ୍ଦ୍ରକରି ଦୁଇ ମଦ୍ୟପଙ୍କ ମଧ୍ୟରେ ଚାଲିଥିଲା ଘମାଘୋଟ ଗଣ୍ଡଗୋଳ । କିନ୍ତୁ ଘର ସାମ୍ନା ଲୋକ ଛଦାଇବାରୁ ଘଟିଛି ଅଗ୍ନିକାଣ୍ଡ.ସୂଚନା ମୁତାବକ ନାକିଚୁଆ ଗାଁର ଦଶରଥ ଦେହୁରୀ ଓ ମହେନ୍ଦ୍ର ନାମକ ଦୁଇଯୁବକଙ୍କ ମଧ୍ୟରେ ଲାଗିଥିଲା ମାଡଗୋଳ। ଏହି ଘଟଣାଟି ରବି ମାରାଣ୍ଡିଙ୍କ ଘର ସମ୍ମୁଖରେ ହେଉଥିବାରୁ ହସ୍ତକ୍ଷେପ କରିଥିଲେ ରବି । ମାତ୍ର ତାଙ୍କର ହସ୍ତକ୍ଷେପରେ ରାଗି ଯାଇଥିଲେ ଦଶରଥ ଏବଂ ବଂଶ ବୁଡାଇବା ସହ ଘର ପୋଡିଦେବାର ଧମକ ଦେଇଥିଲେ ରବିକୁ ।

ଆଉ ରବିର ପରିବାର ଲୋକେ ରାତ୍ରୀ ଭୋଜନ କରି ଶୋଇଥିବା ବେଳେ ଦଶରଥ ରବି ଘରେ ନିଆଁ ଲଗାଇ ଚମ୍ପଟ ମାରିଥିଲା।ତେବେ ନିଆଁ ପ୍ରଭାବରୁ ଘରେ ପାଳିଥିବା କୁକୁଡା ଗୁଡିକ ଶବ୍ଦକରି ଉଡିବାରୁ ରବିର ନିଦ ଭାଙ୍ଗି ଯାଇଥିଲା। ଉଠି ଦେଖିଲା ଘର ଜଳୁଛି । ସାହାଯ୍ୟ ପାଇଁ ପାଟିକରିବାରୁ ପରିବାର ଲୋକେ ଘରୁ ବାହାରି ଆସିଥିଲେ। ତେବେ ଘରେ ରଖିଥିବା ଧାନ,ଚାଉଳ, ଆସବାବ ପତ୍ର ପୋଡିଯାଇଥିଲା।ସାହି ପଡିଶା ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ନିଆଁକୁ ଆୟତ କରିପାରିନଥିଲେ।ତେବେ ଖବରପାଇ ରାସଗୋବିନ୍ଦପୁର ଅଗ୍ନିଶମ ବାହିନି ପହଞ୍ଚି ନିଆଁ ଲିଭାଇଲା ବେଳକୁ ସବୁ ପୋଡି ନଷ୍ଟ ହୋଇ ଯାଇଥିଲା। ଏଭଳି ନାରକୀୟ କାଣ୍ଡ ଘଟାଇଥିବା ଦଶରଥକୁ କୋଠର ଦଣ୍ଡ ବିଧାନ ସହ କ୍ଷତିପୂରଣ ଦାବିକରିଛନ୍ତି ଅଞ୍ଚଳବାସି। ଘଟଣା ସମ୍ପର୍କରେ ଖବରପାଇ ଗାଁଅମରଦା ଆରଆଇ ସନାତନ ଟୁଡୁ ପିଡିତାଙ୍କ ଘରେ ପହଞ୍ଚି ତଦନ୍ତ କରିବା ସହ ଯୁଦ୍ଧକାଳିନ ଭିତରେ ଏକ ପଲିଥିନ ପ୍ରଦାନ କରିଛନ୍ତି। ଆଉ ନାକିଚୁଆ ସରପଞ୍ଚ ରୁଣ୍ଡୁ ହାଁସଦାଃ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ସରକାରୀ ଆବାସ ଯୋଗାଇବା ପାଇଁ ପ୍ରୟାସ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking